ଦୁଇ ମାଓବାଦୀ ଙ୍କ ସମେତ ଜଣେ ଯବାନ ସହିଦ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡ ବୋକାରୋ ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ଙ୍କ ସମେତ ଜଣେ ଯବାନ ନିହତ ହୋଇଥିବା ସୂଚନା ମିଳିଛି । ମୃତ ମାଓବାଦୀଙ୍କ ମଧ୍ୟରେ ସବ୍ ଜୋନାଲ୍ ନକ୍ସଲ୍ କମାଣ୍ଡର କୁଅଁର୍ ମାଂଝୀ ରହିଛି । ତା ମୁଣ୍ଡରେ ୨୫ ଲକ୍ଷ ଟଙ୍କା ଇନାମୀ ଘୋଷଣା ଥିଲା । ବୋକାର ଜିଲ୍ଲାର ଗୋମୀୟା ଅଞ୍ଚଳ ଲୁଗୁ ପାହାଡ଼ରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ସିଆରପିଏଫ ଯବାନ ସହିଦ ହେବା ସହିତ ଅନ୍ୟ ଦୁଇ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ AK-47 ରାଇଫଲ୍ ଜବତ ହୋଇଛି । ଏବେ ବି ଗୁଳିବିନିମୟ ଜାରି ରହିଛି ।

ଆଜି ସକାଳେ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲା ଗୋମିଆ ଥାନା ଅଞ୍ଚଳର ବୀରହୋର୍ଡେରା ଜଙ୍ଗଲରେ ସକାଳ ପ୍ରାୟ ୫.୩୦ ସମୟରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଗୁଳିବିନିମୟରେ ଦୁଇ ଜଣ ମାଓବାଦୀ ଏବଂ ଜଣେ ସିଆରପିଏଫ ଯବାନଙ୍କ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Govt

Comments are closed.