ଆଙ୍କାରା: ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଜାହାଜ ସହିତ ତୁର୍କୀ ତଟରକ୍ଷୀ ବାହିନୀ ଜାହାଜର ଧକ୍କାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ , ୩୪ ଜଣ ପ୍ରବାସୀ ଏବଂ ଜଣେ ଚାଲାଣକାରୀଙ୍କୁ ନେଇ ଯାଉଥିବା ଏକ ଦ୍ରୁତଗାମୀ ଜାହାଜ ତଟରକ୍ଷୀ ବାହିନୀ ଜାହାଜକୁ ଆଭିଲିକ ଜିଲାର ବାଡାଭୁଟ ଉପକୂଳରେ ଧକ୍କା ଦେଇଥିଲା। ଏଥିରେ ୫ ଜଣଙ୍କର ପାଣିକୁ ଖସି ପଡ଼ିବାରୁ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଥିଲେ। ଅନ୍ୟ ଜଣେ ନିଖୋଜଙ୍କର ସନ୍ଧାନ ଚାଲିଛି। ସୂଚନାଯୋଗ୍ୟ, ଉତ୍ତର ଆଫ୍ରିକା ଏବଂ ମଧ୍ୟପ୍ରାଚ୍ୟରୁ ପ୍ରବାସୀଙ୍କୁ ୟୁରୋପ ଚାଲାଣ କରିବାରେ ଏଜିଆନ ସାଗର ମାଧ୍ୟମ ହୋଇଥାଏ।
