ଦିଶା ପଟାନୀଙ୍କ ଘର ଉପରେ ଆକ୍ରମଣ କରିଥିବା ୨ ଅଭିଯୁକ୍ତ ଏନ୍‌କାଉଣ୍ଟରରେ ନିପାତ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ବାସଭବନ ଉପରକୁ ଗୁଳି ଚଳାଇବା ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତ ଉତ୍ତରପ୍ରଦେଶର ଗାଜିଆବାଦରେ ପୁଲିସ ଏନ୍‌କାଉଣ୍ଟରରେ ନିପାତ ହୋଇଛନ୍ତି । ବିଭିନ୍ନ ରାଷ୍ଟ୍ରର ଅପରାଧୀ ସାମିଲ ଥିବା ଏକ ପ୍ରମୁଖ ଅପରାଧୀ ଗ୍ୟାଙ୍ଗ୍‌ ସହ ଏହି ୨ ଆକ୍ରମଣକାରୀ ଜଡ଼ିତ। ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୨ ତାରିଖରେ ବରେଲିର ସିଭିଲ ଲାଇନ୍ସ ଅଞ୍ଚଳ ସ୍ଥିତ ଦିଶା ପଟାନୀଙ୍କ ‌ପୈତୃକ ଘର ଉପରକୁ ଗୁଳିମାଡ଼ ହୋଇଥିଲା। ଭୋର୍‌ ପ୍ରାୟ ୩.୪୫ ସମୟରେ ଏହି ଘଟଣା ଘଟିଥିଲା। ଗୁଳିକାଣ୍ଡ ସମୟରେ ଉକ୍ତ ଘରେ ଦିଶାଙ୍କ ବାପା ଜଗଦୀଶ ସିଂହ ପଟାନୀ ତାଙ୍କ ମା’ ଏବଂ ବଡ଼ ଭଉଣୀ ଥିଲେ। ଏହି ଗୁଳିକାଣ୍ଡ ଘଟଣା ପାଇଁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ଼ ଏକ ସୋସିଆଲ ମିଡିଆ ପୋଷ୍ଟ୍‌ ଦ୍ବାରା ନିଜକୁ ଦାୟୀ କରିଥିଲା । ଏହି ଟିପ୍ପଣୀର ଏକ ସ୍କ୍ରିନ୍‌ସଟ୍‌ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ଯେଉଁଥିରେ ସେ ଅଭିଯୋଗ କରିଥିଲା ଯେ ପଟାନୀ ଏବଂ ତାଙ୍କ ଭଉଣୀ ୨ ଜଣ ଧାର୍ମିକ ବ୍ୟକ୍ତିଙ୍କ ବିରୋଧରେ ଦେଇଥିବା ଟିପ୍ପଣୀ ବିରୋଧରେ ଏଭଳି ଆକ୍ରମଣ କରାଯାଇଛି।

Launching Ceremony of “AYUSHMAN BHARAT

Comments are closed.