ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟ ସଚିବ ନରେଶ କୁମାରଙ୍କ କାର୍ଯ୍ୟକାଳ ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରିବାପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ବର୍ତ୍ତମାନ ଦିଲ୍ଲୀ ମୁଖ୍ୟ ସଚିବ ଥିବା ନରେଶ କୁମାରଙ୍କ କାର୍ଯ୍ୟକାଳ ଆସନ୍ତା ନଭେମ୍ବର ୩୦ ତାରିଖରେ ଶେଷ ହେବାକୁ ଥିବାବେଳେ କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳକୁ ଆଉ ୬ ମାସ ବୃଦ୍ଧି କରିବାପାଇଁ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି, କେନ୍ଦ୍ର ସରକାରଙ୍କ ନିଷ୍ପତତ୍ତି ସାମ୍ବିଧାନିକ କ୍ଷମତା ବଣ୍ଟନର ବିରୁଦ୍ଧାଚରଣ କରୁନାହିଁ। କୋର୍ଟ କହିଛନ୍ତି, ମୁଖ୍ୟ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାର କ୍ଷମତା କେନ୍ଦ୍ର ସରକାରଙ୍କର ରହିଛି। ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟ ସଚିବ ନରେଶ କୁମାରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରିବାପରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ସଲିସିଟର ଜେନେରାଲଙ୍କୁ ପ୍ରଶ୍ନ କରିଥିଲେ ସରକାର କେଉଁ ଆଧାରରେ ଦିଲ୍ଲୀ ମୁଖ୍ୟ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଚାହୁଛନ୍ତି। ତେବେ ସଲିସିଟର ଜେନେରାଲ ଖଣ୍ଡପୀଠଙ୍କୁ ଅବଗତ କରିଥିଲେ ଯେ ନୂଆ ନିଯୁକ୍ତି ହେବା ପର୍ଯ୍ୟନ୍ତ ସରକାର ବର୍ତ୍ତମାନର ମୁଖ୍ୟ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଚାହୁଛନ୍ତି।
Comments are closed.