ନୂଆଦିଲ୍ଲୀ: ବଡ଼ ଧରଣର କାର୍ ଦୁର୍ଘଟଣାର ଶିକାର ହେବା ପରେ ଭାରତୀୟ ବାମହାତୀ କ୍ରିକେଟର ଋଷଭ ପନ୍ତ ଆଇପିଏଲ୍ରୁ ବାଦ୍ ପଡ଼ିଛନ୍ତି। ତଥାପି ନିଜ ଦଳ ଦିଳ୍ଲୀ କ୍ୟାପିଟାଲ୍ସକୁ ଉତ୍ସାହିତ କରିବା ପାଇଁ ମଙ୍ଗଳବାର ମ୍ୟାଚ୍ ଅବସରରେ ସେ ଗ୍ୟାଲୋରିରେ ପହଞ୍ଚିଥିଲେ। ପନ୍ତ୍ ମଧ୍ୟ ଦର୍ଶକଙ୍କ ଅଭିବାଦନ ଗ୍ରହଣ କରିବା ସହିତ ଦଳୀୟ ଖେଳାଳିମାନେ ତାଙ୍କୁ ଦେଖିବା ପରେ ଉତ୍ଫୁଲ୍ଲିତ ହୋଇଥିଲେ। ସୂଚନାଯୋଗ୍ୟ, ଗତ ଡିସେମ୍ବର ୩୦ରେ ପନ୍ତ ନୂଆଦିଲ୍ଲୀରୁ ନିଜ ଘରୋଇ ସହର ଉତ୍ତରାଖଣ୍ଡର ରୁରକି ଆସୁଥିଲା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। କିଛି ଦିନ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳିମାନେ ଦଳର ନିୟମିତ ଅଧିନାୟକ ପନ୍ତଙ୍କ ସୁସ୍ଥ କାମନା କରି ଏକ ଭିଡିଓ ଟ୍ବିଟର୍ରେ ପୋଷ୍ଟ କରିଥିଲେ। ପୁଣି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷ ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ପନ୍ତଙ୍କ ପ୍ରତି ତା’ର ଭଲ ପାଇବାକୁ ଦେଖାଇଥିଲା। ପନ୍ତଙ୍କ ଜର୍ସିକୁ ଡଗ୍ଆଉଟ୍ରେ ଓହଳାଇଥିବାର ଫଟୋକୁ ଟ୍ବିଟର୍ରେ ପୋଷ୍ଟ କରିଥିଲା।

Comments are closed.