ଦିଲ୍ଲୀରେ ପ୍ରଦୂଷଣ ନିୟମ ଉଲ୍ଲଂଘନ କରି ୨.୬ ଲକ୍ଷ ଗାଡ଼ି ଦଣ୍ଡିତ, ୨୬୦ କୋଟି ଜରିମାନା ଆଦାୟ

ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କର୍ତ୍ତୃପକ୍ଷ କଡ଼ା କାର୍ଯ୍ୟାନୁଷ୍ଠାନ କରିଛନ୍ତି। ଏହି କ୍ରମରେ ପିୟୁସିସି (ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ୍‌) ନଥିବାରୁ ୨.୬ ଲକ୍ଷ ଗାଡ଼ି ଦଣ୍ଡିତ ହୋଇଛନ୍ତି ଏବଂ କେବଳ ୫୦ ଦିନରେ ୨୬୦ କୋଟି ଜରିମାନା ଆଦାୟ ହୋଇଛି। ଗ୍ରାପ୍‌ (ଗ୍ରେଡେଡ୍‌ ରେସପନ୍ସ ଆକ୍ସନ୍‌ ପ୍ଲାନ୍‌) ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଅକ୍ଟୋବର ୧୬ରୁ ଡିସେମ୍ବର ୬ ମଧ୍ୟରେ ଗ୍ରାପ୍‌ର ସମସ୍ତ ୪ଟି ପର୍ଯ୍ୟାୟରେ ଦିଲ୍ଲୀ ସରକାରଙ୍କ ପରିବେଶ ବିଭାଗ ୨,୬୦,୨୫୮ ଚାଲାଣ ଜାରି କରିଛନ୍ତି। ଷ୍ଟେଜ୍‌ ୧ରେ ଅକ୍ଟୋବର ୧୬ରୁ ୨୨ ମଧ୍ୟରେ ୧୨,୭୫୬ ଚାଲାଣ କରାଯାଇଥିବାବେଳେ ଷ୍ଟେଜ୍‌ ୨ରେ ଅକ୍ଟୋବର ୨୨ରୁ ନଭେମ୍ବର ୧୪ ମଧ୍ୟରେ ୧,୧୧,୨୩୫, ଷ୍ଟେଜ୍‌ ୩ରେ ନଭେମ୍ବର ୧୫ରୁ ୧୭ ମଧ୍ୟରେ ୧୩,୯୩୮ ଏବଂ ଷ୍ଟେଜ୍‌ ୪ରେ ନଭେମ୍ବର ୧୮ରୁ ଡିସେମ୍ବର ୫ ମଧ୍ୟରେ ୧୧୪,୦୮୯ ଚାଲାଣ କରାଯାଇଛି।

Launching Ceremony of “AYUSHMAN BHARAT

Comments are closed.