ଦିଲ୍ଲୀରେ ପିସିଆର୍‌ ଭ୍ୟାନ୍‌ ଧକ୍କା‌ରେ ଜଣେ ମୃତ, କନେଷ୍ଟବଳ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ଏକ ପିସିଆର ଭ୍ୟାନ୍‌ ଆଜି ଥାନା ମନ୍ଦିର ମାର୍ଗ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଉପରେ ଚଢ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ପିସିଆର୍‌ ଭ୍ୟାନ୍‌ ଡ୍ରାଇଭର ବ୍ରେକ୍‌ ବଦଳରେ ଏକ୍ସିଲେରେଟର ଦବାଇ ଦେବାରୁ ଏହି ଦୁର୍ଘଟଣା ଘଟିଛି। ପିସିଆର ଭ୍ୟାନ୍‌ ଡ୍ରାଇଭର୍‌ ହେଉଛନ୍ତି କନେଷ୍ଟବଳ ଖିମେଶ ସିଂହ। ତାଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣାରେ ଜଣେ ଏଏସ୍‌ଆଇ ଏବଂ ଜଣେ କନେଷ୍ଟବଳଙ୍କ ସମେତ ୨ ଜଣ ପୁଲିସ ଅଫିସର ନିଲମ୍ବିତ ହୋଇଛନ୍ତି। ୨ ପୁଲିସ ଅଫିସରଙ୍କ ମେଡିକାଲ ପରୀକ୍ଷା‌ କରାଯିବ ବୋଲି ଦିଲ୍ଲୀ ପୁଲିସ କହିଛି। ଅନ୍ୟପକ୍ଷେ ମୃତକଙ୍କ ପୁଅ ଅଭିଯୋଗ କରିଛନ୍ତି ଯେ ପିସିଆର୍‌ ଭ୍ୟାନ୍‌ରେ ଜଣେ ମହିଳାଙ୍କ ସମେତ ୨ ଜଣ ଥିଲେ। ସେମାନେ ପ୍ରବଳ ମଦନିଶାରେ ଥିଲେ ଏବଂ ଗାଡ଼ିରେ ମଦ ବୋଦଲ ମଧ୍ୟ ଥିବା ସେ ଅଭିଯୋଗ କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ଗଙ୍ଗାରାମ ତିୱାରୀ। ନୂଆଦିଲ୍ଲୀ ଡିସିପି ହୁକମା ରାମ କହିଛନ୍ତି, ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଗଲା। ପୁଲିସ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

Launching Ceremony of “AYUSHMAN BHARAT

Comments are closed.