ନୂଆଦିଲ୍ଲୀ: ବିହାର ପରେ ଦିଲ୍ଲୀରେ ଖୁବ୍ଶୀଘ୍ର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର) ଆରମ୍ଭ ହେବ। ଏଥିପାଇଁ ନିର୍ବାଚନ କମିସନ( ଇସି) ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିର୍ବାଚନ କମିସନ ବୁଧବାର ୨୦୦୨ ମସିହାର ଭୋଟର ତାଲିକାକୁ ଅପଲୋଡ୍ କରିଛନ୍ତି ଏବଂ ଏହାକୁ ବର୍ତ୍ତମାନର ନିର୍ବାଚନମଣ୍ଡଳୀ ସହ ମିଳାଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ଲେଖିଛନ୍ତି, ‘ଦିଲ୍ଲୀ ସିଇଓ ଦିଲ୍ଲୀରେ ଏସ୍ଆଇଆର-୨୦୨୫ର ସଫଳ ପରିଚାଳନା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୨୦୦୨ ଏସ୍ଆଇଆର୍ର ଭୋଟର ତାଲିକା ଏବଂ ବର୍ତ୍ତମାନର ନିର୍ବାଚନମଣ୍ଡଳୀ ସହ ଏହାକୁ ମିଳାଇ ଅପଲୋଡ୍ କରାଯାଇଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ନିର୍ବାଚନ କମିସନ ସର୍ବ ଭାରତୀୟ ସ୍ତରରେ ଏସ୍ଆଇଆର୍ ଆରମ୍ଭ କରିବାପାଇଁ ସବୁ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ଏଦିଗରେ ସେମାନେ କେତେ ପ୍ରସ୍ତୁତ ଅଛନ୍ତି ତାହା ଆକଳନ କରିଥିଲେ। ଇସି ଖୁବ୍ଶୀଘ୍ର ଦେଶବ୍ୟାପୀ ଏସ୍ଆଇଆର୍ ଘୋଷଣା କରିପାରନ୍ତି।

Comments are closed.