ଦଳିତ ଯୁବତୀ ଙ୍କ ଆତ୍ମହତ୍ୟା ଘଟଣା, ରାଜସ୍ୱ ନିରୀକ୍ଷକ ନିଲମ୍ବିତ

ସମୟ ଲାଇଭ୍‍,୨୮/୧୧: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ତେଣ୍ଟୋଇ ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ଦଳିତ ଯୁବତୀ ଙ୍କ ଆତ୍ମହତ୍ୟା ଘଟଣାକୁ କେନ୍ଦ୍ର କରି ବିଧାନସଭା ହୁଲସ୍ତୁଲ ହେଉଥିବା ବେଳେ ପରିବାର କୁ କେନ୍ଦ୍ରୀୟ ଜାତୀୟ ଅନୁସୂଚିତ ଜନଜାତି ଜାତିର ସଦସ୍ୟ ଯୋଗେନ୍ଦ୍ର ପାସୱାନ ଭେଟିଛନ୍ତି। ତାଙ୍କ ସହିତ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର. ଏସପି ପ୍ରକାଶ ଆର୍, ଓ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରମୁଖ ଉକ୍ତ ପରିବାରକୁ ଭେଟି ଆଶ୍ୱସନା ଦେବା ସହିତ ତାଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି.। ପୂର୍ବରୁ ଉକ୍ତ ପରିବାରଙ୍କୁ ଧମକ ଦେଇଥିବା ରାଜସ୍ୱ ନିରୀକ୍ଷକଙ୍କୁ ଜିଲ୍ଲାପାଳ ତତକ୍ଷଣାତ ନିଲମ୍ବିତ କରିଛନ୍ତି।

Govt

Comments are closed.