ଜୁବା: ଦକ୍ଷିଣ ସୁଦାନରେ ଜାତିସଂଘର ଏକ ହେଲିକପ୍ଟର ଉପରେ ଆକ୍ରମଣ ହୋଇଛି ଏବଂ ଏଥିରେ ଜଣେ କ୍ରୁ ମେମ୍ବରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି। ଦକ୍ଷିଣ ସୁଦାନ୍ ସ୍ଥିତ ଜାତିସଂଘ ମିସନ୍ ଏ ସଂକ୍ରାନ୍ତରେ ସୂଚନା ଦେଇ କହିଛି ଯେ ଜାତିସଂଘ ଟିମ୍ ଦକ୍ଷିଣ ସୁଦାନ ସେନାର ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର ଉଦ୍ୟମ କରୁଥିବା ବେଳେ ହେଲିକପ୍ଟର ଉପରେ ଗୁଳିବର୍ଷା ହୋଇଥିଲା । ମିସନ୍ରେ ସାମିଲ ଥିବା ଦକ୍ଷିଣ ସୁଦାନ ସେନାର ଜଣେ ଜେନେରାଲ୍ ଏବଂ ଅନ୍ୟ ୨ ଜଣ ଅଧିକାରୀ ମଧ୍ୟ ପ୍ରାଣ ହରାଇଛନ୍ତି।

Comments are closed.