ମୃଣାଳ ଠାକୁରଙ୍କ କ୍ୟାରିୟର ବର୍ତ୍ତମାନ ପିକ୍ ପଏଣ୍ଟରେ ରହିଛି । ନିକଟରେ ତାଙ୍କର ଫିଲ୍ମ ସନ୍ ଅଫ ସର୍ଦ୍ଦାର ୨ ରିଲିଜ୍ ହୋଇଛି, ଯାହାକୁ ନେଇ ସେ ଖୁବ ଚର୍ଚ୍ଚାରେ ଅଛନ୍ତି । ଏଥିରେ ସେ ଅଜୟ ଦେବଗନଙ୍କ ସହିତ ସ୍କ୍ରିନ ସେୟାର କରିଛନ୍ତି । ହେଲେ ସେହି ଫିଲ୍ମ ସହିତ ବର୍ତ୍ତମାନ ନିଜ ପର୍ସନାଲ ଲାଇଫ୍ ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ଅଛନ୍ତି ମୃଣାଳ । ତାଙ୍କର ସମ୍ପର୍କ ସାଉଥ୍ ଷ୍ଟାର ଧନୂଷଙ୍କ ସହିତ ଅଛି ବୋଲି ଆଲୋଚନା ହେଉଛି । ଉଭୟେ ଡେଟ କରୁଥିବାନେଇ ସୋସିଆଲ ମିଡିଆରେ ଆଲୋଚନା ହେଉଛି । ମୃଣାଳ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଧନ୍ୟବାଦ ଦେଇଛନ୍ତି । ତେବେ କିଛି ଲୋକ ଏହି ଧନ୍ୟବାଦ ଫ୍ୟାନଙ୍କ ପାଇଁ ଥିବା ଆଲୋଚନା କରୁଥିବାବେଳେ କିଛି ଭାବୁଛନ୍ତି ଏହା ଧନୁଷଙ୍କ ପାଇଁ । ସେହିଭଳି ନିକଟରେ ଧନୁଷ ସନ୍ ଅଫ୍ ସର୍ଦ୍ଦାର ୨ର ପ୍ରିମିଅରରେ ଯୋଗ ଦେବାକୁ ମୁମ୍ବାଇ ଗସ୍ତ କରିଥିଲେ, ଏହାପରେ ଡେଟିଂ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏନେଇ ଉଭୟଙ୍କ ପକ୍ଷରୁ କୌଣସି ସୂଚନା ନାହିଁ ।