ନୂଆଦିଲ୍ଲୀ: ଅପ୍ରେଲ ୨୧: ମୋଦିଙ୍କ ନୂଆ କାରନାମା । ସବୁବେଳେ ଭାରତ ପ୍ରଧାନମନ୍ତ୍ରୀ ଏପରି କିଛି କରିଥାନ୍ତି ଯାହା ପାଇଁ ସେ ଚର୍ଚ୍ଚାରେ ରୁହନ୍ତି । ତେବେ ନିକଟରେ ସେ ପୁଣି ଏପରି କିଛି କରିଛନ୍ତି ଯାହାକୁ ନେଇ ସେ ଏବେ ପୁଣି ଚର୍ଚ୍ଚାରେ । ସେ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଧାନୋମଙ୍କୁ ନୂଆ ନାଁରେ ନାମିତ କରିଛନ୍ତି । ମହାତ୍ମା ଗାନ୍ଧୀଙ୍କ ଜନ୍ମସ୍ଥାନ ଗାନ୍ଧୀନଗରରେ ଆୟୋଜିତ ଗ୍ଲୋବାଲ୍ ଆୟୁଷ୍ ଆଣ୍ଡ ଇନୋଭେସନ୍ ସମ୍ମିଟରେ ମୋଦି ତାଙ୍କୁ ଏକ ଗୁଜୁରାଟୀ ନାଁ ଦେଇ ତୁଲସୀ ଭାଇ ବୋଲି ନାମକରଣ କରିଛନ୍ତି ।ଟେଡ୍ରୋସଙ୍କୁ ନିଜର ଜଣେ ଭଲ ବନ୍ଧୁ ବୋଲି କହିବା ସହ ଭାରତୀୟ ଶିକ୍ଷକଙ୍କ ଶିକ୍ଷାଦାନରୁ ଟେଡ୍ରୋସ୍ ତାଙ୍କ ଜୀବନରେ ସଫଳତା ପାଇଥିବା ମୋଦି କହିଛନ୍ତି । କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ମୋଦିଙ୍କୁ ଡବ୍ଲìଏଚଓ ମୁଖ୍ୟ ନିଜକୁ ପକ୍କା ଗୁଜରାଟୀ ବୋଲି ଦର୍ଶାଇବା ସହ ଗୁଜରାଟୀ ନାଁ ସ୍ଥିର କରିସାରିଛନ୍ତି ନା ନାହିଁ ବୋଲି ପଚାରିଥିଲେ ।ଏହି ପ୍ରଶ୍ନର ଉତ୍ତରରେ ମୋଦି ତାଙ୍କୁ ତୁଲସୀ ଭାଇ ବୋଲି ସର୍ବସାଧାରଣରେ ନାମିତ କରିଛନ୍ତି ।

Comments are closed.