ଟ୍ରାଫିକ ପୋଲିସ୍‌ ସହ ଦୁର୍ବ୍ୟହାର କଲେ ବି କଟିବ ଚାଲାଣ

ଭୁବନେଶ୍ୱର: ଜୁଲାଇ ୧୩: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଝଟକା । ଏଣିକି କାଗଜପତ୍ର ଥିଲେ ବି କଟିବ ଫାଇନ୍‌ । ତେବେ କାହିଁକି ଓ କେଉଁ କାରଣରୁ କଟିବ ଫାଇନ୍‌ । ରାସ୍ତାରେ ଦୁର୍ଘଟଣା କମାଇବା ପାଇଁ ଦିନକୁ ଦିନ ନିୟମ କଡାକଡି ହେବାରେ ଲାଗିଛି । ତେଣୁ ଟ୍ରାଫିକ୍‌ ବ୍ୟବସ୍ଥାକୁ ଆପଣମାନେ ନମାନିଲେ ଜୋରିମାନା କାଟିବ ପୋଲିସ । କେବଳ ଫାଇନ୍‌ କାଟିବ ତାହା ନୁହେଁ ବରଂ ଗାଡ଼ିଚାଳକଙ୍କ ଲାଇସେନ୍ସକୁ ମଧ୍ୟ ରବ୍ଦ କରିଦିଆଯାଇପାରେ । ତେଣୁ ଏହି ସବୁ ଦିଗ ଉପରେ ଧ୍ୟାନ ନଦେଲେ ଅଯଥାରେ ଆପଣ ଦେଇପାରନ୍ତି ଜୋରିମାନା । ମଟର ଭେଇକିଲ ଆକଫ ଅନୁସାରେ, ଯଦି ଆପଣଙ୍କ ଗାଡ଼ି ଚେକିଂ ବେଳେ ଟ୍ରାଫିକ୍‌ ପୁଲିସକୁ କୌଣସି ପ୍ରକାରର ଦୁର୍ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ନାଁରେ ଚାଲାଣ କାଟିବ । ୧୭୯ ଏମ୍ଭିଏ ଆକଫରେ ଆପଣଙ୍କର ଚାଲାଣ କାଟିବାକୁ ଟ୍ରାଫିକ୍‌ ପୋଲିସଙ୍କୁ ଅଧିକାର ଦିଆଯାଇଛି । ଟ୍ରାଫିକ୍‌ ପୋଲିସ ସହ ଯୁକ୍ତିତର୍କ କଲେ ଏଣିକି ଆପଣଙ୍କୁ ଦେବାକୁ ପଡ଼ିପାରେ ଫାଇନ୍‌ । ଯଦି ଆପଣ କୌଣସି କାରଣରୁ ବି ଅଯଥାରେ ଟ୍ରାଫିକ୍‌ ପୋଲିସ ସହ ଯୁକ୍ତି ତର୍କ କରନ୍ତି ତେବେ ଦେବାକୁ ପଡ଼ିପାରେ ଫାଇନ୍‌ । ଆପଣଙ୍କ ଚାଲାଣ କଟିଛି କି ନାହିଁ ଜାଣିବା ପାଇଁ ଆପଣଙ୍କୁ ଏକ ନିର୍ଦ୍ଧି ।ଫ େୱବସାଇଟକୁ ଯିବାକୁ ପଡ଼ିବ । ପେଜ୍‌ ଖୋଲିବା ପରେ ଚେକ୍‌ ଚାଲାଣ ଷ୍ଟାଟସ ଅପସନ ଉପରେ କ୍ଲିକ୍‌ କରିବାକୁ ହେବ । ଏହାପରେ ଆପଣଙ୍କୁ ଚାଲାଣ ନମ୍ବର, ଭେଇକିଲ୍‌ ନମ୍ବର ଏବଂ ଡ୍ରାଇଭିଂ ଲାଇସେନ୍ସ ନମ୍ବର ଦିଆଯାଇଥିବ । ପରେ ଏଥିରୁ ଆପଣ ଜାଣିପାରିବେ ଆପଣଙ୍କ ନାଁରେ ଜୋରିମାନା କଟିଛି କି ନାହିଁ ।

Launching Ceremony of “AYUSHMAN BHARAT

Comments are closed.