ଝିଅ ବାହାଘର ପାଇଁ ବ୍ୟାଙ୍କ ଲକର୍‌ରେ ୧୮ ଲକ୍ଷ ରଖିଥିଲେ ୟୁପି ମହିଳା

ସବୁ ଟଙ୍କା ଉଇ ଖାଇଗଲା

ମୋରାଦାବାଦ: ଉତ୍ତରପ୍ରଦେଶର ମୋରାଦାବଦର ଜଣେ ମହିଳା ଝିଅ ବାହାଘର ପାଇଁ ବ୍ୟାଙ୍କ୍‌ ଲକରରେ ୧୮ ଲକ୍ଷ ଟଙ୍କା ରଖିଥିଲେ। କିନ୍ତୁ ଦୁର୍ଭାଗ୍ୟ ବସତଃ ତାଙ୍କର ସବୁ ଟଙ୍କା ଉଇ ଖାଇ ଦେଇଛି। ମୋରାଦାବାଦର ଅଳକା ପାଠକ ଗତବର୍ଷ ଅକ୍ଟୋବରରେ ବ୍ୟାଙ୍କ୍‌ ଅଫ୍‌ ବରୋଦାର ଏସିଆନା ଶାଖା ଲକରରେ ୧୮ ଲକ୍ଷ ଟଙ୍କା ରଖିଥିଲେ। ତେବେ ତାଙ୍କ ଲକର ଏଗ୍ରିମେଣ୍ଟ୍‌ ନବୀକରଣ କରିବାପାଇଁ ବ୍ୟାଙ୍କ୍‌ କର୍ମଚାରୀମାନେ ନିକଟରେ ତାଙ୍କ ସହ ଯୋଗାଯୋଗ କରିଥିଲେ। ‌‌ ଅଳକା ବ୍ୟାଙ୍କ୍‌ରେ ପହଞ୍ଚି ତାଙ୍କ ଲକର୍‌ ଖୋଲିବାବେଳେ ସେ ଭାଙ୍ଗି ପଡ଼ିଥିଲେ। କାରଣ ସେ ଝିଅ ବାହାଘର ପାଇଁ ଯେଉଁ ଟଙ୍କା ରଖିଥିଲେ ସେସବୁ ଉଇ ଖାଇ ଦେଇଛି। ବ୍ୟାଙ୍କ୍‌ କର୍ମଚାରୀ ମଧ୍ୟ ଉକ୍ତ ଘଟଣାରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବ୍ୟାଙ୍କ୍‌ କର୍ମଚାରୀ କହିଛନ୍ତି, ସେମାନେ ଏନେଇ ବ୍ୟାଙ୍କ୍‌ ଅଫ ବରୋଦା ମୁଖ୍ୟାଳୟକୁ ରିପୋର୍ଟ ପଠାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆର୍‌ବିଆଇ ଦ୍ବାରା ଅଣାଯାଇଥିବା ନୂଆ ନିୟମ ଅନୁଯାୟୀ ବ୍ୟାଙ୍କ୍‌ ଲକରରେ ଟଙ୍କା ରଖାଯାଇପାରିବନି। ବ୍ୟାଙ୍କ୍‌ ଅଫ୍‌ ବରୋଦା ଲକର ଏଗ୍ରିମେଣ୍ଟ୍‌ ମଧ୍ୟ ଦର୍ଶାଉଛି ଯେ ଲକରରେ କେବଳ ଗହଣା ଏବଂ ଅନ୍ୟ ମୂଲ୍ୟବାନ ସାମଗ୍ରୀ ରଖାଯାଇପାରିବ। ଏଭଳି ସ୍ଥିତିରେ ମହିଳା ତାଙ୍କ ଟଙ୍କା ଫେରିପାଇବେ କି ନା’ ତାହା ସନ୍ଦେହ ଘେରରେ।

Launching Ceremony of “AYUSHMAN BHARAT

Comments are closed.