ନୂଆଦିଲ୍ଲୀ : ଝାଡ଼ଖଣ୍ଡର ଗିରିଡିହ ଜିଲ୍ଲାବରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫ ଜଣ ଆହତ ହୋଇଛନ୍ତି। ମୃତକମାନେ ଗିରିଡିହର ଟିକୋଡିହରେ ଏକ ବିବାହ ଭୋଜିରେ ଯୋଗ ଦେଇ ଫେରୁଥିବାବେଳେ ବାଟରେ ସେମାନଙ୍କ ସ୍ପର୍ପିଓ କାର୍ ଆଜି ଭୋର ପ୍ରାୟ ୩ଟା ସମୟରେ ବାଘମରା ଗ୍ରାମ ନିକଟରେ ଦୁର୍ଘଟଣା ହୋଇଥିଲା। ସେମାନଙ୍କ ଗାଡ଼ି ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣାର ପ୍ରଭାବ ଏତେ ଅଧିକ ଥିଲା ଯେ କାର୍ଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଛି। ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ମଧ୍ୟରୁ ୫ ଜଣଙ୍କୁ ବାହାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଗିରିଡିହ ସଦର ଏସ୍ଡିପିଓ ଅନିଲ ସିଂହ କହିଛନ୍ତି, କାର୍ରେ ଥିବା ଲୋକମାନେ ଥୋରିଆ ଗ୍ରାମରୁ ଆସି ଟିକୋଡିହରେ ଏକ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ଡ୍ରାଇଭର ଘୁମାଇ ପଡ଼ିବାରୁ ଦୁର୍ଘଟଣା ହୋଇଥିବା କୁହାଯାଉଛି।

Comments are closed.