ରାଞ୍ଚି: ଝାଡ଼ଖଣ୍ଡରେ ଗତ ୪୮ ଘଣ୍ଟା ଧରି ପ୍ରବଳ ବର୍ଷା ହୋଇଛି। ବର୍ଷା ବିତ୍ପାତରେ ବେର୍ମୋ ଉପଖଣ୍ଡର ପ୍ରମୁଖ ଗୋମିୟା ପୋଲ ଭାସିଯାଇଥିବା ବେଳେ ଅନେକ ସ୍ଥାନରେ ଅନୁରୂପ ଭାବେ ଛୋଟ ଓ ମଧ୍ୟମ ଧରଣର ପୋଲ ଭାସିଯାଇଛି। ବର୍ଷାରେ ରାଞ୍ଚିର ଅର୍ଦ୍ଧାଧିକ ସ୍ଥାନ ଜଳବନ୍ଦି ଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଝାଡ଼ଖଣ୍ଡ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ସୂଚନାନୁସାରେ, ରାଜ୍ୟର ୨୨ଟି ଜିଲ୍ଲାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାଜନିତ କ୍ଷୟକ୍ଷତି ସୂଚନାରେ ରାଞ୍ଚି ସର୍ବାଧିକ ପ୍ରଭାବିତ ହୋଇଛି। ମନ୍ଦର ଅଞ୍ଚଳକୁ ସଂଯୋଗ କରୁଥିବା ଏକ ସଡ଼କ ଧୋଇ ହୋଇଯାଇଛି। ଅନେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ବେଳେ ପ୍ରାୟ ଅର୍ଦ୍ଧାଧିକ ଅଞ୍ଚଳ ଜଳମଗ୍ନ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଞ୍ଚି ପୌର ନିଗମ ପକ୍ଷରୁ ଆପତକାଳୀନ ସହାୟତା ନମ୍ବର ଜାରି କରାଯାଇଛି। ବୋକାରୋ ଜିଲ୍ଲାରେ ୨୦୧୪ରେ ନିର୍ମିତ ୩୦୦ ମିଟର ଦୀର୍ଘ ଗୋମିୟା ପୋଲର ୩୦ ଫୁଟ ସଂପୂର୍ଣ୍ଣ ଧୋଇ ହୋଇଯାଇଛି। ଗୁମଲାରେ ଗୁମଲା-ଲୋହରାଡାଗା ରାସ୍ତା ସମେତ ତିନିଟି ପ୍ରମୁଖ ସଡ଼କ ଧୋାଇ ହୋଇଯାଇଛି। ଧାନବାଦର ଗ୍ରେୱାଲ୍ କଲୋନି, ଭୁଲିର ନନ୍ଦନ ରେସିଡେନ୍ସି, ଧୟାର ମଙ୍ଗଳବିହାର କଲୋନି, ମୈଥୋନ୍ର ଶିବଲିୱାରି କଲୋନି ଜଳମଗ୍ନ ହୋଇଛି। ଉକ୍ତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ କୁଇକ୍ ରେସ୍ପନ୍ସ ଟିମ୍ ମୁତୟନ କରାଯାଇଛି।
Comments are closed.