ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ୪୩ଟି ଆସନରେ ଭୋଟ୍ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୬୫ ପ୍ରତିଶତ ମତଦାନ ରେକର୍ଡ ହୋଇଛି। ସେହିଭଳି ୧୦ଟି ରାଜ୍ୟର ୩୧ବିଧାନସଭା ଆସନ ଏବଂ କେରଳର ୱାୟନାଡ଼ ଲୋକସଭା ଆସନ ପାଇଁ ମଧ୍ୟ ଆଜି ଭୋଟ୍ ଗ୍ରହଣ ସରିଛି। ନିର୍ବାଚନ ଆୟୋଗ ଏକ ବିବୃତିରେ କହିଛନ୍ତି ଯେ ଝାଡ଼ଖଣ୍ଡର ମାଓବାଦୀ ପ୍ରଭାବିତ ଅଞ୍ଚଳ ସମେତ ବହୁ ଆଦିବାସୀ ଜନସଂଖ୍ୟା ବିଶିଷ୍ଟ ସମସ୍ତ ଜିଲ୍ଲାରେ ମତଦାନ ସୁରୁଖୁରୁରେ ଓ ଉତ୍ସାହଜନକ ପରିବେଶରେ ସଂପନ୍ନ ହୋଇଛି।ରାଜସ୍ଥାନର ୭ଟି, ପଶ୍ଚିମବଙ୍ଗର ୬ଟି, ଆସାମର ୫ଟି, ବିହାରର ୪ଟି, କେରଳର ୩ଟି, ମଧ୍ୟପ୍ରଦେଶର ୨ଟି ଏବଂ ମେଘାଳୟ, ଗୁଜରାଟ, ଛତିଶଗଡ଼ ଓ କର୍ଣ୍ଣାଟକର ଗୋଟିଏ ଲେଖାଏଁ ଆସନ ପାଇଁ ଆଜି ମତଦାନ ହୋଇଥିଲା। ସିକିମର ଦୁଇଟି ଆସନରେ ଅକ୍ଟୋବର ୩୦ତାରିଖରେ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚାର ପ୍ରାର୍ଥୀଙ୍କୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ଘୋଷଣା କରାଯାଇଥିଲା।

Comments are closed.