ଜେଲ ପଲିସି

ସମୟ ଅନୁସାରେ ଫ୍ୟାଶନର ପରିଭାଷା ବଦଳୁଛି । ବୈଜ୍ଞାନିକ ଜ୍ଞାନକୌଶଳର ପ୍ରୟୋଗ ଫଳରେ ଫ୍ୟାଶନ ଦୁନିଆରେ ନୂଆନୂଆ ଟ୍ରିକ୍‌ର ବ୍ୟବହାର ହେଉଛି, ଯାହାକୁ ସମସ୍ତେ ଆପଣାଉଛନ୍ତି । ଏହି ଟ୍ରିକ୍‌ ମଧ୍ୟରୁ ଗୋଟିଏ ହେଲା ଜେଲ୍‌ ପଲିସ୍‌ ।
ଜେଲ୍‌ ପଲିସ୍‌ର ଅର୍ଥ ହେଉଛି ଝିଅମାନେ ହାତରେ ଲଗାଉଥିବା ନେଲପଲିସ୍‌ର ଏକ ପ୍ରକାର । ଯାହାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ବର୍ତ୍ତମାନ ନଖରେ ଲଗାଯାଉଛି । ଏହା ଦେଖିବାକୁ ସୁନ୍ଦର ଓ ନେଲ୍‌ପଲ୍‌ସିଠାରୁ ଦୀର୍ଘସ୍ଥାୟୀ । ହେଲେ ଏଥିରେ କେମିକାଲ୍‌ର ମାତ୍ରା ଅଧିକ ରହୁଥିବାରୁ ବ୍ୟବହାର ପୂର୍ବରୁ ଏହାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଦ୍ୱନ୍ଦ ଦୂରକରିବା ଜରୁରୀ । ଏହି ଜେଲ ପଲିସ୍‌କୁ ଲଗାଇବା ପାଇଁ ଏଲ୍‌ଏଇଡି କିମ୍ବାୟୁଭି ଲ୍ୟାମ୍ପର ଆବଶ୍ୟକ ପଡ଼ୁଥିବାରୁ ଏହାକୁ କେବଳ ପାର୍ଲରରେ ହିଁ ଲଗାଇଯାଇ ପାରିବ । ଏଲ୍‌ଇଡି ଲାମ୍ପରୁ ସ୍ପେସିଫିକ୍‌ େଓ୍ୱଭ୍‌ଲେନ୍‌ଥ ବାହାରିଥାଏ ଯେଉଁ କାରଣରୁ ମାତ୍ର ୩୦ ସେକେଣ୍ଡ୍‌ରେ ନେଜପଲିସ ଶୁଖିଯାଇଥାଏ । ଏହି ପ୍ରକ୍ରିୟାରେ ଗ୍ରାହକଙ୍କ ନଖରେ ପସନ୍ଦ ମୁତାବକ କଲଫୁଲ୍‌ ଜେଲ୍‌କୁ ଲ୍ୟାମ୍ପ ସାହାଯ୍ୟରେ ଲଗାଯାଇଥାଏ । ଏହା ନଖରେ ୨ ସପ୍ତାହରୁ ମାସେ ପର୍ଯ୍ୟନ୍ତ ତିଷ୍ଠିପାରେ । ଜେଲ୍‌ ପଲିସ ପରେ ନଖକୁ ଏକ ଲାଇଟ୍‌ ତଳେ ଦେଖାଇ ଶୁଖାଯାଏ । ସାଧାରଣ ନେଲ୍‌ପଲିସ୍‌ଠାରୁ ଏହା ସୁନ୍ଦର ଓ ସାଇନିଂ । ଏଥିରେ ବିଭିନ୍ନ ରଙ୍ଗର ନେଲ୍‌ପେଣ୍ଟ ସାମିଲ ରହୁଥିବାରୁ ନେଲ୍‌ପଲିସ୍‌ପ୍ରିୟଙ୍କ ଏଥିରେ ଖୁବ୍‌ ଭଲ ଅ«ନ ରହୁଛି । ଏହା ଆପଣଙ୍କ ପାଇଁ ଖୁବ ଭଲ ଅପସନ୍‌ ହୋଇପାରିବ । ତେବେ ଏହାକୁ କରିବା ଆଗରୁ ଯଦି ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ପାର୍ଲରର ନିୟମ ଅନୁଯାୟୀ ଥରେ ଜେଲ୍‌ ପଲିସ୍‌ କରିବା ଦ୍ୱାରା ଏହା ୨ରୁ ୩ ସପ୍ତାହ ପର୍ଯ୍ୟନ୍ତ ରହିଥାଏ । ତେବେ ଏହାକୁ ବାରମ୍ବାର କରିବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ବଢିଥାଏ । ଡର୍ମିଟୋଲୋଜିଷ୍ଟଙ୍କ ମତରେ ଜେଲ୍‌ପଲିସ୍‌କୁ ଥରେ ନଖରୁ କାଢିବା ପରେ ୧ରୁ ୨ ସପ୍ତାହ ପର୍ଯ୍ୟନ୍ତ ନଖକୁ ଖାଲି ରଖିବା ଉଚିତ । ଯାହାଫଳରେ ନଖ ହାଇଡ୍ରେଟ ହେବା ସହ ଏଥିରେ ଥିବା ସମସ୍ୟା ସମ୍ପର୍କରେ ଜାଣିବାକୁ ସମୟ ମିଳିଥାଏ । ତେବେ ସବୁଠୁ ଜରୁରୀ କଥା ହେଲା ଏହାକୁ କେବେ ଘରେ ରିମୁଭ୍‌ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ପାର୍ଲର ଯାଇ ପ୍ରଫେସନାଲଙ୍କ ସାହାଯ୍ୟରେ ନିଅନ୍ତୁ । ଏହାକୁ ରିମୁଭ କରିବା ପାଇଁ ନଖକୁ ୧୫ ମିନିଟ୍‌ ପାଇଁ ଏସିଟୋନ୍‌ରେ ବୁଡ଼ାଯାଏଥାଏ । ଏହାର ଅନ୍ୟାନ୍ୟ ଉପାୟ ଥିଲେ ମଧ୍ୟ ସବୁଠୁ ଭଲ ଉପାୟଟି ଅବଲମ୍ବନ କରନ୍ତୁ ଓ ଜେଲ୍‌ପଲିସ୍‌ ଲଗାଇବା ପରେ ପ୍ରଫେସନାଲଙ୍କ ବିଭିନ୍ନ ଟି«କୁ ଫଲୋ କରନ୍ତୁ ।

Launching Ceremony of “AYUSHMAN BHARAT

Comments are closed.