ବ୍ୟସ୍ତବହୁଳ ଜୀବନର ସବୁଠାରୁ ଅଧିକ ପ୍ରଭାବ ପଡିଛି ଆମର ପୋଷଣ ଉପରେ । ଏହା ଭାରତୀୟଙ୍କର ପୋଷଣତତ୍ୱ ଅଭାବକୁ ବଢାଉଛି ବୋଲି ନିକଟରେ ଗବେଷଣାରେ ଜଣାପଡିଛି । ଅନେକ ସମୟରେ ଦେଖିବାକୁମିଳେ କିଛି ଲୋକ ସକାଳର ଜଳଖିଆକୁ ଭୁଲିଯାଆନ୍ତି । ସମୟ ଅଭାବ କାରଣରୁ କେବଳ ଚା ଜଳଖିଆରେ ଚଳାଇ ଦିଅନ୍ତି । ହେଲେ ଏହା ଖୁବ ମାରାତ୍ମକ । ସକାଳର ଜଳଖିଆ ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ହେଲେ ଅନେକ ସମୟରେ ଏଭଳି ଦେଖିବାକୁମିଳେ କି ଭାରତୀୟ ମାନେ ବିଶେଷ ଭାବେ ଏକାଥରେ ମଧ୍ୟାହ୍ନ ଭୋଜନ କରନ୍ତି । ତେବେ ଏଭଳି ଅଭ୍ୟାସ କାରଣରୁ ଅନେକ ରୋଗ ଯେପରି ଫଟିଗୋ, ଲୋ ଏନର୍ଜି, ଅନିୟନ୍ତ୍ରିତ ଭାବେ ଓଜନ ବଢିବା, ଏସିଡିଟି, ନିଦ୍ରାହିନତା ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ସେହିଭଳି ଏଭଳି ଜୀବନଶୈଳୀ ମଧୁମେହ, ଉଚ୍ଚ ରକ୍ତଚାପ, ମେଦବହୁଳତାର ମଧ୍ୟ କାରଣ ସାଜୁଛି । ତେଣୁ ବ୍ୟସ୍ତବହୁଳ ଜୀବନରେ ମଧ୍ୟ ଆମକୁ ଆମର ସ୍ୱାସ୍ଥ୍ୟପ୍ରତି ଯନିବାନ ହେବାର ଆବଶ୍ୟକତା ରହିଛି । ବିଶେଷଭାବେ ଖାଦ୍ୟ ପ୍ରତି ଧ୍ୟାନ ଦେବା ଉଚିତ୍ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Comments are closed.