ଜାପାନ ପର୍ଯ୍ୟଟକଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ୩ ଗୁରୁଗ୍ରାମ ପୁଲିସ

0

ନୂଆଦିଲ୍ଲୀ: ଗୁରୁଗ୍ରାମ ଟ୍ରାଫିକ ପୁଲିସର ୩ ଜଣ ଅଫିସରଙ୍କୁ ନିଲମ୍ବନ କରାଯାଇଛି। ଦୁର୍ନୀତି ପ୍ରସଙ୍ଗରେ ଶୂନ୍ୟ ସହନଶୀଳ ନୀତିକୁ ସୁନିଶ୍ଚିତ କରି ପୁଲିସ ବିଭାଗ ୩ ଜଣ ପୁଲିସଙ୍କୁ ଲାଞ୍ଚ ନେଉଥିବା ଅଭିଯୋଗ ପାଇଁ ନିଲମ୍ବନ କରିଛି। ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଏକ ଭିଡିଓକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଜାପାନୀ ପର୍ଯ୍ୟଟକ ହେଲମେଟ୍‌ ପିନ୍ଧିନଥିବାରୁ ତାଙ୍କୁ ୧୦୦୦ ଟଙ୍କା ଜରିମାନା କରାଯାଇଛି। ତେବେ ଏଥିପାଇଁ କୌଣସି ରସିଦ କଟା ଯାଇନଥିବାରୁ ସୋସିଆଲ ମିଡିଆ ୟୁଜର ଏହାକୁ ଲାଞ୍ଚ ବୋଲି କହିଛନ୍ତି।

Govt
Leave A Reply

Your email address will not be published.