ଜାତିସଂଘ ଶାଖା କାର୍ଯ୍ୟାଳୟରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ, କର୍ମଚାରୀ ଅଟକ

0

ସନା: ଇରାନ ସମର୍ଥିତ ହୁତି ବିଦ୍ରୋହୀ ରବିବାର ୟେମେନ ରାଜଧାନୀ‌ ସନାରେ ଜାତିସଂଘର ଏକ କାର୍ଯ୍ୟାଳୟ ଉପରେ ଆକ୍ରମଣ କରି ଜଣେ କର୍ମଚାରୀଙ୍କୁ ଅଟକ ରଖିଛନ୍ତି। ହୁତି ନିୟନ୍ତ୍ରଣରେ ଥିବା ସନାରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍‌ପି) କାର୍ଯ୍ୟାଳୟ ଉପରେ ସକାଳେ ଚଢ଼ଉ ହୋଇଥିଲା। ଅନ୍ୟ ଅଞ୍ଚଳରେ ମଧ୍ୟ ଜାତିସଂଘ କର୍ମଚାରୀଙ୍କୁ ଅଟକ ରଖାଯିବା ଖବର ରହିଛି। ୟୁନିସେଫ୍‌ କାର୍ଯ୍ୟାଳୟରେ ମଧ୍ୟ ଚଢ଼ଉ କରାଯାଇଛି। ଜାତିସଂଘ ଅଧିକାରୀଙ୍କ ସୂଚନାନୁଯାୟୀ ଡବ୍ଲ୍ୟୁଏଫ୍‌ପି ଏବଂ ୟୁନିସେଫର ଅନ୍ୟ କର୍ମଚାରୀଙ୍କ ସହ ଯୋଗାଯୋଗ ହୋଇପାରୁନଥିବାରୁ ‌ସେମାନଙ୍କୁ ମଧ୍ୟ ଅଟକ ରଖାଯାଇଥିବା ଅନୁମାନ କରାଯାଉଛି।

Govt
Leave A Reply

Your email address will not be published.