ଜଳାଭିଷେକ କରି ଫେରିବା ବେଳେ ଦୁର୍ଘଟଣାରେ ୨ ମୃତ

0

ଜଗତସିଂହପୁର: ଆଜି ଶ୍ରାବଣ ତୃତୀୟ ସୋମବାର । ଦେବ ଦେବ ମହାଦେବଙ୍କୁ ଜଳଲାଗି ପାଇଁ ରାଜ୍ୟରେ ବିଭିନ୍ନ ଶୈବ ପୀଠରେ କାଉଡିଆଙ୍କ ଭିଡ଼ ଲାଗି ରହିଛି । ଏହି ସମୟରେ ଜଗତସିଂହପୁର ଜିଲ୍ଲାରୁ ଆସିଛି ଏକ ଦୁଃଖଦ ଖବର । ଜଳଲାଗି କରି ଫେରୁଥିବା ସମୟରେ ବସ ମାଡି ଯିବାରୁ ୨ ଜଣ କାଉଡ଼ିଆଙ୍କର ମୃତ୍ୟୁ ଘଟିଛି ।ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ପାଳସାହି ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଜଣେ ମୃତକ ପୁରୀ ଜିଲ୍ଲାର ହୋଇଥିବାବେଳେ ଅନ୍ୟ ଜଣଙ୍କର ପରିଚୟ ମିଳିପାରି ନାହିଁ।

ସୂଚନା ଅନୁସାରେ, ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଏଥିପାଇଁ ୪ ଯୁବକ ଦୁଇଟି ବାଇକରେ ଗୋରେଖନାଥଙ୍କୁ ଜଳାଭିଷେକ କରି ଫେରୁଥିବା ସମୟରେ ପାଳସାହି ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ଏକ ବସ୍ ସେମାନଙ୍କୁ ଧକ୍କା ଦେଇଥିଲା । ନାଉଗାଁରୁ ଜଗତସିଂହପୁର ଯାଉଥିବା ସାଇକୃଷ୍ନା ବସ ଏହି ଦୁର୍ଘଟଣା ଘଟାଇ ଥିଲା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରାସ୍ତା ଅବରୋଧ କରିଛନ୍ତି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ସହ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.