ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ; ୨ମୃତ

ଶ୍ରୀନଗର: ଜମ୍ମୁ-କଶ୍ମୀରର କଥୁଆ ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ଦୁଇ ଜଣ ଆତଙ୍କବାଦୀର ମୃତ୍ୟୁ ହୋଇଛି। ତଥାପି ଅଧିକ ଆତଙ୍କବାଦୀ ଥିବା ସନ୍ଦେହରେ ସୁରକ୍ଷାବାହିନୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି। ଅନ୍ୟ ଆହତମାନଙ୍କୁ ଚିକିତ୍ସା ପାଇଁ ଏସ୍ଡିଏଚ୍ ଭଦର୍ବାଙ୍କୁ ନିଆଯାଇଥିବା ସୂଚନା ଦିଆଯାଇଛି। କଥୁଆ ଜିଲ୍ଲାର ଏକ ଗ୍ରାମରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣ ପରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଥିଲେ। ଏହି ସମୟରେ ମୃତ ଆତଙ୍କବାଦୀଙ୍କ ବ୍ୟାଗରୁ କିଛି ପାକିସ୍ତାନ ସାମଗ୍ରୀ, ଚକୋଲେଟ ଓ ଚଣା ମିଳିଥିଲା। ରେସି ଏବଂ କାଥୁଆ ପରେ ଜାମ୍ମୁ ଅଞ୍ଚଳରେ ଗତ ତିନି ଦିନ ମଧ୍ୟରେ ଏହା ହେଉଛି ତୃତୀୟ ଆତଙ୍କବାଦୀ ଆକ୍ରମଣ। ଦୋଡା ଜିଲ୍ଲାର ଏହି ଆତଙ୍କବାଦୀ ସୁରକ୍ଷା ବାହିନୀଙ୍କ ଏକ ଅସ୍ଥାୟୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ଏହାପରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଯାଇଥିଲା। ଏଥିରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ସହିତ ୬ ଜଣ ସେନା ଯବାନ ଏବଂ ଜଣେ ବିଶେଷ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

Govt

Comments are closed.