ଜନସଂଖ୍ୟା ବୃଦ୍ଧି ହାରଠାରୁ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ହାର ଅଧିକ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ବଢ଼ୁଛି। ଏହା ଅତ୍ୟନ୍ତ ଚିନ୍ତାଜନକ ଯେ ଜନ ସଂଖ୍ୟା ବୃଦ୍ଧି ହାର ଓ ଚାଷୀ ଏବଂ ଅନ୍ୟ ଆତ୍ମହତ୍ୟା ହାର ଠାରୁ ମଧ୍ୟ ଛାତ୍ରଛାତ୍ରୀଙ୍କ ବାର୍ଷିକ ଆତ୍ମହତ୍ୟା ହାର ଅଧିକ ରହୁଛି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥା ଏନ୍‌ସିଆର୍‌ବିର ରିପୋର୍ଟରୁ ଏହା ଜଣାପଡ଼ିଛି। ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁଯା‌ୟୀ ଦେଶରେ ବାର୍ଷିକ ଆତ୍ମହତ୍ୟା ମାମଲା ୨ ପ୍ରତିଶତ ବଢ଼ିଥିବା ବେଳେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ୪ ପ୍ରତିଶତ ବୃଦ୍ଧି ପାଇଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଅଧିକ ଆତ୍ମହତ୍ୟା କରୁଛନ୍ତି। ୨୦୨୨ରେ ମୋଟ ଆତ୍ମହତ୍ୟା ମାମଲା ମଧ୍ୟରେ ୫୩ ପ୍ରତିଶତ ଛାତ୍ର ଥିଲେ। ତେବେ ୨୦୨୧-୨୦୨୨ ମଧ୍ୟରେ ଛାତ୍ରଙ୍କ ଆତ୍ମହତ୍ୟା ମାମଲା ୬% କମିଥିବା ବେଳେ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ୭% ବଢ଼ିଛି। ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ। ଶିକ୍ଷାର୍ଥୀଙ୍କ ଆତ୍ମହତ୍ୟା ଘଟଣା ଉଭୟ ଜନସଂଖ୍ୟା ବୃଦ୍ଧି ହାର ଏବଂ ସାମଗ୍ର ଆତ୍ମହତ୍ୟା ହାରକୁ ଅତିକ୍ରମ କରୁଛି। ଗତ ଦଶନ୍ଧିରେ, ୦-୨୪ ବର୍ଷ ବୟସର ଜନସଂଖ୍ୟା ୫୮.୨ କୋଟିରୁ ୫୮.୧ କୋଟିକୁ ହ୍ରାସ ପାଇଥିବାବେଳେ ଛାତ୍ରଛାତ୍ରୀ ଆତ୍ମହତ୍ୟା ସଂଖ୍ୟା ୬,୬୫୪ ରୁ ୧୩,୦୪୪କୁ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ର, ତାମିଲନାଡୁ ଓ ମଧ୍ୟପ୍ରେଦଶରେ ସବୁଠୁ ଅଧିକ ଛାତ୍ରଛାତ୍ରୀ ଆତ୍ମହତ୍ୟା ଘଟଣା ଘଟିଛି। ଏହି ତିନି ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ସର୍ବାଧିକ ରହିଛି। ଏହା ଜାତୀୟସ୍ତରରେ ଏକ ତୃତୀୟାଂଶ। ସେହିପରି ଦକ୍ଷିଣ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ଏହି ହାର ୨୯% ରହିଛି। କୋଚିଂ ହବ୍‌ ରାଜସ୍ଥାନର କୋଟା ଏହି ତାଲିକାର ୧୦ମ ସ୍ଥାନରେ ରହିଛି।

Govt

Comments are closed.