ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଅଦୃଶ୍ୟକୁ ନେଇ ଚର୍ଚ୍ଚା

ବେଜିଂ: ଚୀନ ରା‌ଷ୍ଟ୍ରପତି ସି ଜିନପିଙ୍ଗ୍‌ ଚଳିତବର୍ଷ ମେ ୨୧ରୁ ଜୁନ ୫ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣରେ ଦେଖିବାକୁ ମିଳି ନାହାନ୍ତି। ଏହାକୁ ନେଇ ଚୀନ ରାଜନୀତିରେ ବଡ଼ଧରଣର ଚର୍ଚ୍ଚା ଚାଲିଛି। ଚୀନ କମ୍ୟୁନିଷ୍ଟି ପାର୍ଟି (ସିସିପି)ରେ ଜିନପିଙ୍ଗ୍‌ଙ୍କ ପତିଆରା କମିଥିବା ଆଲୋଚନା ହେଉଛି। ବର୍ତ୍ତମାନ ଚୀନର ପ୍ରକୃତ କ୍ଷମତା ସେଣ୍ଟ୍ରାଲ ମିଲିଟାରି କମିସନ (ସିଏମ୍‌ସି)ର ପ୍ରଥମ ଉପାଧ୍ୟକ୍ଷ ଜେନେରାଲ ଝାଙ୍ଗ ୟୁଜିଆଙ୍କ ନିକଟରେ ରହିଥିବା କୁହାଯାଉଛି। ତାଙ୍କୁ ସିସିପିର ହୁ ଜିନ୍ତାଓ ଗୋଷ୍ଠୀର ବରିଷ୍ଠ ନେତାମାନେ ସମର୍ଥନ କରୁଛନ୍ତି। ଜିନପିଙ୍ଗ୍‌ ସିସିପିର ସାଧାରଣ ସମ୍ପାଦକ, ଚୀନର ରାଷ୍ଟ୍ରପତି, ସେଣ୍ଟ୍ରାଲ ମିଲିଟାରି କମିସନର ଅଧ୍ୟକ୍ଷ ଭଳି ଗୁରୁତ୍ବପୂର୍ଣ୍ଣ ପଦରେ ଥିଲେ ମଧ୍ୟ ତାଙ୍କର ପ୍ରଭାବ ସାମରିକ, ଆଦର୍ଶଗତ ଏବଂ ଅର୍ଥନୈତିକ କ୍ଷେତ୍ରରେ ହ୍ରାସ ପାଉଛି। ତେଣୁ ଜିନପିଙ୍ଗଙ୍କ ବଦଳରେ ୱାଙ୍ଗ ୟାଙ୍ଗଙ୍କ ଭଳି ସଂସ୍କାରବାଦୀ ବ୍ୟକ୍ତିଙ୍କୁ ଆଗାମୀ ଦିନରେ ମୁଖ୍ୟ ପଦରେ ଅବସ୍ଥାପିତ କରାଯିବା ସମ୍ଭାବନା ରହିଛି। ତେବେ ଜିନପିଙ୍ଗ ସର୍ବସାଧାରଣରେ ଅଦୃଶ୍ୟ ହେବା କିଛି ନୂଆ ନୁହେଁ। ପୂର୍ବରୁ ମଧ୍ୟ ବରିଷ୍ଠ ଓ ପ୍ରମୁଖ ନେତାମାନଙ୍କୁ ଅଣଦେଖା କରିବା ଇତିହାସ ଚୀନରେ ରହିଛି। ଅତୀତରେ ଚୀନ କମ୍ୟୁନିଷ୍ଟ ପାର୍ଟି ୩ ଜଣ ବିଶିଷ୍ଟ ନେତାଙ୍କ ସହ ଏଭଳି ବ୍ୟବହାର କରିଛି।

Launching Ceremony of “AYUSHMAN BHARAT

Comments are closed.