ଚିଲିକାକୁ ବିପଦ ଚିଙ୍ଗୁଡ଼ି ଘେରି

0

ଭୁବନେଶ୍ୱର : ପ୍ରଦୂଷିତ ହେଉଛି ଚିଲିକା । ପୋତି ହୋଇଗଲାଣି ଏହି ପ୍ରାକୃତିକ ହ୍ରଦ । ଏଥିପ୍ରତି ଆଖି ବୁଜି ଦେଇଛି ପ୍ରଶାସନ । ବେଆଇନ ଚିଙ୍ଗୁଡ଼ି ଘେରି ଯୋଗୁଁ ବିପଦ ମୁହଁକୁ ଠେଲି ହୋଇ ଯାଉଛି ଚିଲିକା । ଚିଲିକାର ଇକୋ ସିଷ୍ଟମ ଉପରେ ବଡ଼ ପ୍ରଭାବ ପକାଉଛି ବେଆଇନ ଘେରି । ଜଳଜୀବଙ୍କୁ ସଂଖ୍ୟା ହ୍ରାସ ପାଇବା ସହ ସେମାନଙ୍କ ଅଭିବୃଦ୍ଧି ବାଧାପ୍ରାପ୍ତ ହେବାରେ ଲାଗିଡ଼ି । ମାଛ ଚାଷ ପାଇଁ ପ୍ରସ୍ତୁତ ଏହି ଘେରି ଆଇନସମତଃ ନୁହେଁ ବୋଲି ଉଭୟ ହାଇକୋର୍ଟ ଓ ଏନଜିଟି ବାରମ୍ବାର କହିଛନ୍ତି । ହାଇକୋର୍ଟ ଓ ଏନଜିଟି ନିର୍ଦେଶକୁ ଫୁ’ କରିଛନ୍ତି ମାଫିଆ । ପ୍ରଶାସନ ଓ ମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁ ଉଛେଦ ହେଉନାହିଁ ଘେରି । ଏହି ପ୍ରାକୃତିକ ହ୍ରଦ ୩୫୬୦ ପର୍ଯ୍ୟନ୍ତ ବ୍ୟାପି ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାକୁ ଛୁଇଁଛି । ତେବେ ବେଆଇନ ଘେରି ଯୋଗୁଁ ଚିଲିକା ସଂକୁଚିତ ହେବାରେ ଲାଗିଛି । ତଥାପି ଘେରି ଭାଙ୍ଗିବାକୁ ପ୍ରଶାସନ ହାତ ବାନ୍ଧି ବସିଛି । ମଝିରେ ମଝିରେ ଲୋକ ଦେଖାଣିଆ ଭାବେ ପ୍ରଶାସନ ପକ୍ଷରୁ ଘେରି ଉଚ୍ଛେଦ ହୁଏ । କିନ୍ତୁ ପୁଣି ଘେରି ବାନ୍ଧନ୍ତି ମାଫିଆ । ଚିଲିକାର ସୁରକ୍ଷା ପାଇଁ ବହୁବାର ଆନ୍ଦୋଳନ ହୋଇଛି । ମାମଲା ଅଦାଲତ ଯାଏଁ ଯାଇଛି ହେଲେ ଫଳ ଶୂନ। ଯାହାକୁ ନେଇ ପ୍ରତିବାଦର ସ୍ୱର ତୀବ୍ର ହେବା ଆରମ୍ଭ ହୋଇଛି ।

Govt
Leave A Reply

Your email address will not be published.