ସାମଗ୍ରୀ – ବୋନ୍ଲେସ୍ ଚିକେନ, ଅଦାରସୁଣ ପେଷ୍ଟ, ହଳଦୀ, ଲୁଣ,ପିଆଜ, କ୍ୟାପସିକମ,କଞ୍ଚା ଲଙ୍କା, ଟମାଟୋ, ଚିକେନ ମସଲା, ଧନିଆ ପତ୍ର, ଟମାଟୋ ସସ୍ ।
ପ୍ରଣାଳୀ – ପ୍ରଥମେ ଚିକେନ୍କୁ ସମସ୍ତ ଗୁଣ୍ଡ ମସଲା ପକାଇ ମାରିନେଟ କରି ଫ୍ରିଜ୍ରେ କିଛି ସମୟ ରଖି ନିଅନ୍ତୁ । କିଛି ସମୟ ପରେ ଏହି ଚିକେନ୍କୁ କାଢି ଗରମ ତେଲରେ ଛାଣି ନିଅନ୍ତୁ । ଛାଣିବା ପରେ ଏକ ପ୍ୟାନ୍ରେ ତେଲ ପକାନ୍ତୁ ଏହାପରେ ଏଥିରେ କଞ୍ଚା ଲଙ୍କା, ପିଆଜ, କ୍ୟାପସିକମ ଓ ସମସ୍ତ ଗୁଣ୍ଡ ମସଲା ପକାଇ ଭାଜନ୍ତୁ । ଭାଜି ହେବାପରେ ଏଥିରେ ଟମାଟୋ ସସ୍ ପକାନ୍ତୁ । ମସଲା ଭାଜି ହେବା ପରେ ଏଥିରେ ପୂର୍ବରୁ ଛଣା ହୋଇଥିବା ଚିକେନ୍କୁ ପକାନ୍ତୁ । ମସଲା ସହିତ ଚିକେନ୍କୁ ଭଲଭଆବେ ମିଶାଇ ପ୍ରସ୍ତୁତ କରନ୍ତୁ ଚିକେନ କାନ୍ତି ।

Comments are closed.