ବର୍ଷାଦିନେ ଚର୍ମ ସଂକ୍ରମଣ ଦେଖାଯିବାର ଆଶଙ୍କା ଖୁବ ଅଧିକ ରହିଥାଏ । ବର୍ଷାଦିନେ ସାଧାରଣତଃ ଜଳବାୟୁରେ ଆଦ୍ରତାର ପରିମାଣ ଖୁବ ଅଧିକ ରହିଥାଏ ଯାହା ବିଭିନ୍ନ ଚର୍ମ ସଂକ୍ରମଣର କାରଣ ସାଜିଥାଏ । ଏହି ସମୟରେ ଚର୍ମର ଅଧିକ ଯନି ନେବାକୁ ହୋଇଥାଏ । ଏହି ସମୟରେ ପରିଷ୍କାର ପରିଚ୍ଛନତା ଉପରେ ଧ୍ୟାନ ନେଦେଲେ ଅନେକ ଚର୍ମ ସଂକ୍ରମଣ ଦେଖିବାକୁ ମିଳିଥାଏ । ତେଣୁ ଏହି ଦିନେ ବିଶେଷଭାବେ ପରିଷ୍କାର ରହିବା, ହାତପାଦ ଓଦା ହେବାପରେ ପୋଛିବା, ସମୟ ସମୟରେ ହାତ ପାଦରେ ତେଲ ଲଗାଇବା ଭଳି ପଦକ୍ଷେପ ନେଲେ ଏହି ସଂକ୍ରମଣରୁ ଦୂରେଇ ରହିପାରିବା । ତେବେ ଯାହା କିଛି ବି ସମସ୍ୟା ହେଉଛି ଡାକ୍ତରଙ୍କୁ ଦେଖେଇବାର ଆବଶ୍ୟକତା ରହିଛି । ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରାଇଲେ ଏହା ଜଲଦି ଭଲ ହୋଇଥାଏ । ତେବେ ଆସନ୍ତୁ ସେହିଭଳି କିଛି ଚର୍ମ ସଂକ୍ରମଣ ସମ୍ପର୍କରେ ଜାଣିବା ।
ହର୍ପିସ ଜୋଷ୍ଟର – ଏହା ସାଧାରଣତଃ ମୁହଁ, ଛାତି, ପିଠି ଆଦିରେ ଦେଖିବାକୁ ମିଳିଥାଏ । ଏହି ସମସ୍ୟା ହେଲେ ଶରୀରରେ ଛୋଟଛୋଟ ଫୋଟକା ଭଳି ହୋଇଯାଇଥାଏ । ଏହାର ରଙ୍ଗ ଲାଲା ହେବା ସହ କୁଣ୍ଡାଇ ହୋଇଥାଏ । ଏପରି ହେଲେ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ସେବନ କରନ୍ତୁ ।
ଫଙ୍ଗାଲ ସଂକ୍ରମଣ – ଏହା ହେଲେ କୁଣ୍ଡାଇହେବା ସହିତ ଚେକା ଚେକା ହୋଇ ଫଳିଯାଏ । ଏହାସହିତ ଦୁର୍ଗନ୍ଧ ମଧ୍ୟ ହୋଇଥାଏ । ଏପରି ଯଦି ହୋଇଛି ତେବେ ତୁରନ୍ତୁ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।
ସିମ୍ପଲେକ୍ସ ଭାଇରସ- ଏହା ବିଶେଷଭାବେ ଓଠ, ମୁହଁରେ ଦେଖିବାକୁ ମିଳିଥାଏ । ଏହାମଧ୍ୟ ସେଇ କୁଣ୍ଡାଇ ହେବାରୁ ଆରମ୍ଭ ହୋଇଥାଏ । ଏହାସହ ଏହି ସ୍ଥାନ ପୋଡିଥାଏ ମଧ୍ୟ । ଏଗୁଡିକ ବେଶ କଷ୍ଟ ଦାୟକ ହୋଇଥାଏ । ତେଣୁ ଏହାହେବା କ୍ଷଣି ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରନ୍ତୁ ।
ବ୍ୟାକ୍ଟେରିଆଲ ସଂକ୍ରମଣ – ଏହି ସଂକ୍ରମଣ ହେଲେ ସାଧାରଣତଃ କୁଣ୍ଡାଇ ହୋଇ ଫଳିଯାଇଥାଏ । ଏହାସହ ସମ୍ପୃକ୍ତ ସ୍ଥାନ ଫୁଲିବା ଓ ଲାଲ ରଙ୍ଗର ପ୍ୟାଚ ମଧ୍ୟ ପଡିଯାଇଥାଏ । କେତେକ କ୍ଷେତ୍ରରେ ପୂଜ ହେବାର ଡର ମଧ୍ୟ ରହିଥାଏ । ତୁରନ୍ତ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରନ୍ତୁ ।

Comments are closed.