ଚିତ୍ରଙ୍ଗଦା ସିଂଙ୍କୁ ଆଗକୁ ସଲମାନଙ୍କ ଫିଲ୍ମ ବ୍ୟାଟଲ ଅଫ ଗଲୱାନରେ ଦେଖିବାକୁ ମିଳିବ । ଏଥିରେ ଅଭିନେତ୍ରୀଙ୍କ ଚରିତ୍ର ଖୁବ ଭାବପୂର୍ଣ୍ଣ ଥିବା ସେ ନିକଟରେ ପ୍ରକାଶ କରିଛନ୍ତି । ଫିଲ୍ମ ଥିମ୍ ଅନୁସାରେ ତାଙ୍କର ଚରିତ୍ର ଖୁବ ରୋମାଞ୍ଚକର ହୋଇଥିବାବେଳେ କାହାଣୀରେ ତାଙ୍କର ଚରିତ୍ରର ଖୁବ ଗୁରୁତ୍ବପୂର୍ଣ୍ଣ ପ୍ରଭାବ ରହିଛି । ଏହା ଫିଲ୍ମକୁ ଏକ ନୂଆ ଦିଗ ଦେବ ବୋଲି ଚିତ୍ରଙ୍ଗଦା ଆଶା ରଖିଛନ୍ତି । ଫିଲ୍ମରେ ସଲମାନଙ୍କ ସହିତ ଅଭିନୟ କରିବାର ସୁଯୋଗ ପାଇଥିବାରୁ ମଧ୍ୟ ଚିତ୍ରଙ୍ଗଦା ଖୁବ ଖୁସି ଅଛନ୍ତି । ଫିଲ୍ମଟି ତାଙ୍କୁ ଅନେକ କଥା ଶିଖାଇଛି, ଅଭିନୟ ସମ୍ପର୍କରେ ସେ ଅନେକ କଥା ଏହାର ସୁଟିଂ ସେଟରୁ ଶିଖିଛନ୍ତି । ଫିଲ୍ମଟି ତାଙ୍କ ଫ୍ୟାନଙ୍କୁ ଖୁବ ଭଲ ଲାଗିବ ବୋଲି ଚିତ୍ରଙ୍ଗଦା ପ୍ରକାଶ କରିଛନ୍ତି । ଫିଲ୍ମଟି ଭାରତ ଓ ଚୀନ ମଧ୍ୟରେ ହୋଇଥିବା ସଂଘର୍ଷ କାହାଣୀକୁ ନେଇ ନିର୍ମାଣ କରାଯାଇଛି ।

Comments are closed.