ଘୁଞ୍ଚିଲା ନିଟ୍‌ ସେସନ୍‌ ତାରିଖ

ଭୁବନେଶ୍ୱର: ଅପ୍ରେଲ ୦୯: ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍‌ ପାଇଁ ପ୍ରଥମ ସେସନ୍ ଏବଂ ଦ୍ୱିତୀୟ ସେସନର ତାରିଖ ପୁଣି ବଦଳିଲା। ଏନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ନୋଟିସ୍ ଜାରି କରାଯାଇଛି । ଏହି ନୋଟିସ୍‌ ହିସାବରେ ଏପ୍ରିଲ ୨୧ରୁ ମେ ୪ ବଦଳରେ ପ୍ରଥମ ସେସନ୍ ଜୁନ୍ ୨୧ରୁ ଆରମ୍ଭ ହୋଇ ଜୁନ୍ ୨୯ରେ ସରିବ । ସେହିପରି ମେ ୨୪ରୁ ହେବାକୁଥିବା ଦ୍ୱିତୀୟ ସେସନ୍ ଜୁଲାଇ ୨୧ ରୁ ଆରମ୍ଭ ହୋଇ ୩୦ରେ ସରିବ । ତେବେ ପ୍ରଥମ ସେସନ୍ ପାଇଁ ରେଜିଷ୍ଟ୍ରେସନ୍ ସରିଯାଇଥିବାବେଳେ ଦ୍ୱିତୀୟ ସେସନ୍ ପାଇଁ ଖୁବଶୀଘ୍ର ଅନଲାଇନ୍ରେ ଫର୍ମ ଉପଲବ୍ଧ ହେବ ବୋଲି ନୋଟିସ୍ରେ ଦର୍ଶାଯାଇଛି । ଅନ୍ୟପକ୍ଷେ, ଗତକାଲିଠାରୁ ୨୦୨୨ ପାଇଁ ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଅର୍ଥାତ ଛାତ୍ରଛାତ୍ରୀ ମେ ୬ ତାରିଖ ଯାଏଁ ଆବେଦନ କରିପାରିବେ । ଓଡ଼ିଶା ସମେତ ୧୩ଟି ଭାଷାରେ ହେବ ପରୀକ୍ଷା । ଜୁଲାଇ ୧୭ରେ ପରୀକ୍ଷା ନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଦେଶ ଭିତରେ ପ୍ରାୟ ୫୪୩ଟି ସହର ଏବଂ ଦେଶ ବାହାରେ ୧୪ଟି ସହରରେ ଏହି ନିଟ୍‌ ପରୀକ୍ଷା କରାଯିବ ବୋଲି ନୋଟିସ୍ରେ ଦର୍ଶାଯାଇଛଇ।

Govt

Comments are closed.