ଗିନିସ ୱାର୍ଲ୍ଡ ରେକର୍ଡ କଲା ପରୀକ୍ଷା ପେ ଚର୍ଚ୍ଚା ୨୦୨୫

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଚାଲିଥିବା ବାର୍ଷିକ କ‌ାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ ଗିନିସ୍‌ ୱାର୍ଲ୍ଡ ରେକର୍ଡ କରିଛି। ଗୋଟିଏ ମାସ ମଧ୍ୟରେ ନାଗରିକଙ୍କ ସହ ଯୋଡ଼ିହେବା ମଞ୍ଚରେ ସର୍ବାଧିକ ପଞ୍ଜିକରଣ ପାଇଁ ପରୀକ୍ଷା ପେ ଚର୍ଚ୍ଚା ଗିନିସ୍‌ ‌ରେକର୍ଡ କରିଛି। ୨୦୨୫ରେ ପରୀକ୍ଷା ପେ ଚର୍ଚ୍ଚାର ଅଷ୍ଟମ ସଂସ୍କରଣରେ ମାଇଁ ଗଭ୍‌ ପ୍ଲାଟଫର୍ମରେ ୩.୫୩ କୋଟି ପଞ୍ଜିକରଣ ପାଇଁ ଏହି ରେକର୍ଡ ହାସଲ ହୋଇଛି। ଧର୍ମେନ୍ଦ୍ର ପ୍ରଧାନ ଏନେଇ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି, ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଶ୍ରୀ ଜିତିନ ପ୍ରସାଦଙ୍କ ସହ ‘ ପରୀକ୍ଷା ପେ ଆଲୋଚନା’ ପାଇଁ ଗିନିଜ୍ ବିଶ୍ୱ ରେକର୍ଡ ଗ୍ରହଣ କରିବା ବହୁତ ଆନନ୍ଦ ଏବଂ ବ୍ୟକ୍ତିଗତ ସନ୍ତୋଷର ବିଷୟ। ପିପିସି୨୦୨୫ ୩.୫୩ କୋଟି ପଞ୍ଜିକରଣ ଏବଂ ଟେଲିଭିଜନରେ ୨୧ କୋଟିରୁ ଅଧିକ ଦର୍ଶକଙ୍କ ସହ ବିଶ୍ବ ରେକର୍ଡ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ପାଇଁ ସମସ୍ତଙ୍କୁ, ବିଶେଷକରି ଆମର ଛାତ୍ର, ଶିକ୍ଷକ, ପ୍ରଧାନଶିକ୍ଷକ, ଅଭିଭାବକ ଏବଂ ବିଦ୍ୟାଳୟକୁ ଅଭିନନ୍ଦନ। ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଗିନିସ୍‌ ୱାର୍ଲ୍ଡ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଇଲେକଟ୍ରୋନିକ୍ସ ଏବଂ ଆଇଟି ବିଭାଗ ରାଷ୍ଟ୍ର ମନ୍ତ୍ରୀ ଜିତିନ ପ୍ରସାଦ ଏବଂ ଶିକ୍ଷା ମନ୍ତ୍ରାଳୟରୁ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.