ଗାଜା ଯୁଦ୍ଧରେ ୨୧୦୦୦ ଶିଶୁ ଅକ୍ଷମ ହୋଇଛନ୍ତି: ଜାତିସଂଘ

ଜେନେଭା: ଗାଜାରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଗୁଳିଗୋଳାର ଶିକାର ହୋଇ ଅତିକମ୍‌ରେ ୨୧,୦୦୦ ଶିଶୁ ଅକ୍ଷମ ହୋଇଛନ୍ତି ବୋଲି ବୁଧବାର ଜାତିସଂଘ ଭିନ୍ନକ୍ଷମ ବ୍ୟକ୍ତି ଅଧିକାର କମିଟି ପକ୍ଷରୁ କୁହାଯାଇଛି। ଅକ୍ଟୋବର ୭, ୨୦୨୩ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୪୦,୫୦୦ ଶିଶୁ ଏଥିରେ ଆହତ ହୋଇଛନ୍ତି। ସେମାନଙ୍କୁ ମଧ୍ୟରେ ଅଧାରୁ ଅଧିକ ଭିନ୍ନକ୍ଷମ ହୋଇଯାଇଛନ୍ତି ବୋଲି କମିଟି କହିଛି। ପାଲେଷ୍ଟାଇନ ଅଞ୍ଚଳରେ ସ୍ଥିତି ସମୀକ୍ଷା କରି ଏହା କହିଛି ଯେ, ଇସ୍ରାଏଲ ପକ୍ଷରୁ ଆକ୍ରମଣ ପୂର୍ବରୁ ସ୍ଥାନ ଖାଲି କରିବାକୁ ଯେଉଁ ନିର୍ଦେଶ ଦିଆଯାଉଛି ସେ ବିଷୟରେ ଶ୍ରବଣ ଏବଂ ଦୃଷ୍ଟି ଶକ୍ତି ହରାଇ ସାରିଥିବା ବ୍ୟକ୍ତିବିଶେଷ ଜାଣିପାରୁନାହାନ୍ତି। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ସ୍ଥାନ ଖାଲି କରାଯିବା ସମୟରେ ଭିନ୍ନକ୍ଷମ ବ୍ୟକ୍ତି ସୁରକ୍ଷା ଏବଂ ସମ୍ମାନ ପ୍ରତି ଧ୍ୟାନ ଦିଆଯାଉନାହିଁ। ଯାତାୟାତ ପାଇଁ ସୁବିଧା ନଥିବାରୁ ସେମାନେ ଅନେକ ସମୟରେ ବାଲି ଓ କାଦୁଅ ଉପରେ ଘୁଷୁରି ଘୁଷୁରି ଯାଉଛନ୍ତି। ଏଠାରେ ଦିଆଯାଉଥିବା ସହାୟତା ଉପରେ କଟକଣା ଲାଗି ଥିବାରୁ ଏହା ଭିନ୍ନକ୍ଷମଙ୍କୁ ଗଭୀର ଭାବେ ପ୍ରଭାବିତ କରୁଛି। ଭିନ୍ନକ୍ଷମମାନେ ଅନ୍ୟ ଉପରେ ନିର୍ଭର କରୁଥିବାବେଳେ ଅନେକ ସମୟରେ ଖାଦ୍ୟ, ସ୍ବଚ୍ଛ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି।

Launching Ceremony of “AYUSHMAN BHARAT

Comments are closed.