ଗାଜା: ଗାଜାରେ ଖାଦ୍ୟ ଅଭାବରୁ ଲୋକମାନେ ପୋକମାଛି ପରି ମରୁଛନ୍ତି। କେବଳ ଜୁଲାଇ ମାସରେ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଗାଜାରେ ଭୋକକୁ ଅସ୍ତ୍ର କରାଯାଇଥିବା ଅଭିଯୋଗ ହେଉଛି। ଜୁଲାଇ ମାସରେ ଅନାହାରରେ ୫ ବର୍ଷରୁ କମ୍ ଶିଶୁଙ୍କ ସମେତ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଖାଦ୍ୟ ଖୋଜିବା ପାଇଁ ଖାଦ୍ୟ ଟ୍ରକ୍ ଆଡ଼କୁ ଦୌଡ଼ୁଥିବା ଶତାଧିକ ଲୋକଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା। ଭୋକିଲା ପିଲାଙ୍କ ପାଇଁ କିଛି ଖାଦ୍ୟ ପାଇବା ଆଶାରେ ଅଭିଭାବକମାନେ ଗୁଳି ମାଡ଼କୁ ଖାତିର କରୁନାହାନ୍ତି। ତେବେ ଇସ୍ରାଏଲ କହିଛି ଯେ ସହାୟତା ସାମଗ୍ରୀ ଚୋରି କରୁଥିବା ହମାସ ଏହି ଭୋକ ପାଇଁ ଦାୟୀ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ହମାସ ରାକ୍ଷସମାନେ ବନ୍ଦୀମାନଙ୍କୁ ଭୋକିଲା ରଖନ୍ତି ଯେମିତି ନାଜିମାନେ ଇହୁଦୀମାନଙ୍କୁ ଭୋକ-ଉପାସରେ ରଖିଥିଲେ। ହମାସ୍ ଚୁକ୍ତି ଚାହୁନାହିଁ। ଗାଜାରେ ଭୋକ ସଙ୍କଟ ଯୋଗୁଁ ଲୋକମାନେ ରିଲିଫ୍ ସନ୍ଧାନରେ ଡାକ୍ତରଖାନାକୁ ଯାଉଛନ୍ତି। କିନ୍ତୁ ସେମାନଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ ମଧ୍ୟ ନିଜେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ସାମ୍ବାଦିକମାନେ ଗାଜାରୁ ରିପୋର୍ଟିଂ କରୁଥିବା ସେମାନଙ୍କ ସହକର୍ମୀ ଅନାହାରରେ ରହୁଥିବା କହିଛନ୍ତି।