ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୨୯ ଆକ୍ରାନ୍ତ ଚିହ୍ନଟ ଏବଂ ୧୭୮୫ ଜଣ ସୁସ୍ଥ

ଭୁବନେଶ୍ୱର: ଅଗଷ୍ଟ ୩: ରାଜ୍ୟରେ କରୋନା ସ୍ଥିତିରେ କ୍ରମେ କ୍ରମେ ସୁଧାର ଆସୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ନୂଆ କରୋନା ସଂକ୍ରମିତ ୧୧୨୯ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୭୮୫ ଜଣ ଏବଂ କରୋନାଜନିତ ମୃତୁ୍ୟ ହୋଇଛି ୬୯ ଜଣଙ୍କର । ଆଜିର କରୋନା ସଂକ୍ରମିତ ୧୧୨୯ ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୬୫୭ ଜଣ ଏବଂ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୪୭୨ ରହିଛି । ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ହୋଇଛନ୍ତି ୯୮୦୮୬୬, ସୁସ୍ଥ ହୋଇଛନ୍ତି ୯୬୦୩୮୬ ଜଣ ଏବଂ ରାଜ୍ୟରେ ମୋଟ କରୋନାଜନିତ ମୃତୁ୍ୟ ସଂଖ୍ୟା ହେଉଛି ୬୧୦୨ ।
ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଜିଲ୍ଲା, ଯଥା: ଅନୁଗୁଳରୁ ୫୫, ବାଲେଶ୍ୱରରୁ ୭୨, ବରଗଡ଼ରୁ ୩, ଭଦ୍ରକରୁ ୬୦, ବଲାଙ୍ଗିରରୁ ୪, ବୌଦ୍ଧ ୪, କଟକ ୧୩୫, ଦେଓଗଡ଼ ୮, ଢ଼େଙ୍କାନାଳ ୭, ଗଞ୍ଜାମ ୨, ଜଗତସିଂହପୁର ୬୩, ଯାଜପୁର ୪୮, ଝାରସୁଗୁଡ଼ା ୬, କଳାହାଣ୍ଡି ୧, କନ୍ଧମାଳ ୪, କେନ୍ଦ୍ରାପଡ଼ା ୬୬, କେନ୍ଦୁଝର ୮, ଖୋର୍ଦ୍ଧା ୩୮୮, କୋରାପୁଟ ୨, ମାଲକାନଗିରି ୪, ମୟୂରଭଞ୍ଜ ୨୦, ନବରଙ୍ଗପୁର ୫, ନୟାଗଡ଼ ୨୦, ନୂଆପଡ଼ା ୩, ପୁରୀ ୪୮, ରାୟଗଡ଼ା ୬, ସମ୍ବଲପୁର ୧, ସୋନପୁର ୫, ସୁନ୍ଦରଗଡ଼ ୫ ଏବଂ ଷ୍ଟେଟ ପୁଲ୍‌ରୁ ୭୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗଜପତିରେ ନୂଆ କରୋନା ସଂକ୍ରମିତ ଆଜି କେହି ଚିହ୍ନଟ ହୋଇନାହାନ୍ତି ।

Launching Ceremony of “AYUSHMAN BHARAT

Comments are closed.