ଗତ କାଲି ହେଲା ସିଲ,ଆଜି ଖୋଲା ‘କିଶୋର ଭାଇନା ହୋଟେଲ’

ଭୂବନେଶ୍ୱର:ଖାଦ୍ୟରେ ଅପମିଶ୍ରଣ ପାଇଁ ପ୍ରସିଦ୍ଧ କିଶୋର ଭାଇନା ହୋଟେଲ୍‌କୁ ଗତକାଲି ବିଏମସି ସିଲ କରିଥିଲା I ଗତକାଲି ବିଏମସି ପକ୍ଷରୁ ଚଢ଼Iଉବେଳେ ହୋଟେଲର ଅସ୍ୱାସ୍ଥ୍ୟକର ପରିବେଶ ରେ ଖାଦ୍ୟ ପ୍ରସ୍ତୁତି ସହିତ ଖାଦ୍ୟର ମାନ ଓ ସ୍ୱଚ୍ଛତା ଠିକ୍ ନଥିବାରୁ ଏହାକୁ ସିଲ୍ କରାଯାଇଥିଲା । ଏହାସହିତ କିଶୋର ହୋଟେଲ୍‌ର ଫୁଡ୍ ଲାଇସେନ୍ସ ବାତିଲ୍‌ ସହ ଫାଇନ କରାଯାଇଥିବା ନେଇ ଟ୍ୱିଟ୍ କରି ବିଏମସି ସୂଚନା ଦେଇଥିଲା।

ତେବେ ଆଜି ପୁଣି ସବୁଦିନ ଭଳି ଖୋଲିଚି କିଶୋରଭାଇନା ହୋଟେଲ I ଲୋକଙ୍କର ଭିଡ଼ ସାଙ୍ଗକୁ ହୋଟେଲ୍‌ରେ ମଟନ ରନ୍ଧା ଚାଲିଛି। ଦୂରଦର୍ଶନ ଅଫିସ କଡରେ ଥିବା ଏହି ହୋଟେଲ୍‌ ମଟନ ପାଇଁ ସ୍ୱତନ୍ତ୍ର ପ୍ରସିଦ୍ଧି ହାସଲ କରିଥିଲା I ଏଠାରେ ଦିନକୁ ୨୦୦ କେଜି ଖାସି ମାଂସ ରୋଷେଇ ହେଉଥିବା ବେଳେ ପ୍ରବଳ ଗହଳି ଜମେ। ତେଣୁ ଗ୍ରାହକଙ୍କ ମଧ୍ୟରେ କିଶୋର ଭାଇନାଙ୍କ କ୍ରେଜ୍‌ କାହିଁରେ କେତେ। ଏଠାରେ ପ୍ରଶ୍ନ ଉଠୁଛି ପ୍ରକୃତରେ ଯଦି କାଲି ହୋଟେଲକୁ ବିଏମସି ସିଲ କରିଥିଲା,ତେବେ ଗୋଟିଏ ରାତି ଭିତରେ କେମିତି ପୁଣି ଲାଇସେନ୍ସ ପାଇଲା ଖୋଲିବାକୁ ? ଏହାର ପ୍ରକୃତ ସତ କ’ଣ, ସେନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ଏ ସମ୍ପର୍କରେ ହୋଟେଲ ମାଲିକ କିଶୋରଭାଇନା କହିଛନ୍ତି ‘ହୋଟେଲ୍‌ର ଫୁଡ୍‌ ଲାଇସେନ୍ସ ରିନ୍ୟୁ ହେବ, ସେଥିପାଇଁ ସାର୍‌ କାଲି ଇନ୍‌କ୍ୱାରି ପାଇଁ ଆସିଥିଲେ। ହୋଟେଲ୍‌ର ଫୁଡ୍‌ ଲାଇସେନ୍ସ ଅଛି। ଅପରିଷ୍କାର, ଅପରିଚ୍ଛନ୍ନ ପାଇଁ ତାଗିଦ କରିଥିଲେ। ଖାଇବା ନିମ୍ନମାନର ନୁହେଁ। ଖାଇବା ନିମ୍ନମାନର ତିଆରି ହେଉଥିଲେ ଲୋକେ ଏଠାରେ କେମିତି ଭିଡ଼ କରୁଛନ୍ତି ? ମୋଠୁ କୌଣସି ଫାଇନ୍‌ ଆଦାୟ ହୋଇନାହିଁ।’

 

Govt

Comments are closed.