ଗଞ୍ଜାମରେ ସାଧାରଣ ଲୋକଙ୍କ ପାଇଁ ସରକାରୀ କାର୍ଯ୍ୟାଳୟରେ ପ୍ରବେଶ ୧୦ ଦିନ ବନ୍ଦ

ଭୁବନେଶ୍ୱର : ଜୁନ ୨୪: ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ସରକାରୀ କାର୍ଯ୍ୟାଳୟ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି, ବୁଧବାରଠାରୁ ଜିଲ୍ଲାରେ ଆଗାମୀ ୧୦ ଦିନ ଯାଏଁ ସମସ୍ତ ସରକାରୀ କାର୍ଯ୍ୟାଳୟ ସର୍ବସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ । ଜଣେ ବରିଷ୍ଠ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି ।
ଗଞ୍ଜାମରେ ଆଜି ନୂତନ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବାବେଳେ, ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୦୩୧କୁ ବୃଦ୍ଧି ପାଇଛି। ମୋଟ ୬୮୦ ଜଣ ସୁସ୍ଥ ହେଇ ଘରକୁ ଫେରିଥିବା ବେଳେ ୩୪୩ ଜଣ ଏବେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏହାସହ ସଂକ୍ରମିତଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ହୋଇସାରିଛି।

Govt

Comments are closed.