ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଚଢ଼ାଉ

0

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଚଢ଼ାଉ ହୋଇଛି । କଳାବଜାରୀ ରୋକିବା ଏବଂ ଯୋଗାଣ ଶୃଙ୍ଖଳ ବଜାୟ ରଖିବା ପାଇଁ ଯାଞ୍ଚ କଡାକଡି କରାଯାଇଛି । ବାତ୍ୟା ମୋନ୍ଥାର ପ୍ରଭାବ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଯେଭଳି କୌଣସି ବ୍ୟବସାୟୀ କଳାବଜାରୀ ଓ ଅନାବଶ୍ୟକ ଭାବେ ଖାଦ୍ୟ ସାମଗ୍ରୀ ମହଜୁଦ କରି ନ ରଖନ୍ତି ଏଥିନିମନ୍ତେ ଏହି ଚଢ଼ାଉ କରାଯାଇଛି । ଚୁଡା, ଗୁଡ଼,ଚିନି, ଡାଲି, ଖାଇବା ତେଲ, ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିମାଣ ପ୍ରଚୁର ଭାବେ ଉପଲବ୍ଧ ହେବା ଓ ଖାଉଟି ମାନଙ୍କ ମଧ୍ୟରେ ଏ ସବୁ ସାମଗ୍ରୀ ବଜାରରେ କମ ମିଳିବା ନେଇ କୌଣସି ସଂଶୟ ନରୁହେ ଏଥିପ୍ରତି ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ଗତକାଲି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଅବଗତ କରାଯାଇଥିଲା । ଏପରିକି ବାତ୍ୟା ପ୍ରଭାବରେ ଅଧିକ ପରିମାଣର ବର୍ଷା ହେବା ନେଇ ଆକଳନ କରାଯାଇଥିବା ଜିଲ୍ଲା ଗୁଡିକରେ ମଧ୍ୟ୍ୟ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ରହିଛି । ଯୋଗାଣ ଶୃଙ୍ଖଳ ନିରବରଛିନ୍ନ ଥିବା ଏବଂ ଉଚିତ ମୂଲ୍ୟରେ ଖାଉଟି ମାନେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଉଥିବା ନେଇ ଜଣାପଡିଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.