ଖାଇବର ପଖତୁଙ୍ଖୱା ଗାଁ ଉପ‌ରେ ପାକ୍ ବାୟୁସେନାର ବୋମାବର୍ଷା, ୩୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରବିବାର ବିଳମ୍ବିତ ରାତିରେ ଖାଇବର ପଖତୁନଖ୍ୱା ପ୍ରଦେଶରେ ପାକିସ୍ତାନୀ ବାୟୁସେନା ବୋମା ବର୍ଷା କିରିଛି। ପାକ୍‌ ବାୟୁସେନା ଆକ୍ରମଣରେ ଖାଇବର ପଖତୁଙ୍ଖୱାରେ ମହିଳା ଏବଂ ଶିଶୁ ସମେତ ଅତି କମ୍‌ରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାଟି ରାତି ପ୍ରାୟ ୨ଟା ସମୟରେ ଘଟିଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି, କିନ୍ତୁ ସେମାନଙ୍କ ସ୍ଥିତି ଅସ୍ପଷ୍ଟ ରହିଛି। ଘଟଣାସ୍ଥଳର ବିବ୍ରତକର ଫଟୋ ଏବଂ ଭିଡିଓରେ ପିଲାମାନଙ୍କ ସମେତ ମୃତଦେହ ପଡ଼ିଥିବା ଦେଖାଯାଉଛି। ଉଦ୍ଧାରକାରୀ ଦଳଗୁଡ଼ିକ ଧ୍ୱଂସାବଶେଷ ତଳେ ମୃତଦେହ ଖୋଜିବାରେ ନିୟୋଜିତ ଥିଲେ, ଯାହା ଫଳରେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ଅତିତରେ ଖାଇବର ପଖତୁନଖ୍ୱାରେ ଅନେକ ଆତଙ୍କବାଦ ବିରୋଧୀ ଅଭିଯାନ କରାଯାଇଛି, ଯେଉଁଥିରେ ଏହି ଅଞ୍ଚଳରୁ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ହୋଇଛି।

Launching Ceremony of “AYUSHMAN BHARAT

Comments are closed.