ଖାଇକୁ ବସ୍ ଖସି ୧୩ ମୃତ, ୨୫ରୁ ଊର୍ଦ୍ଧ୍ବ ଆହତ

ଲୋନାବଲା: ଶନିବାର ପାହାନ୍ତାରେ ମହରାଷ୍ଟ୍ରର ରାୟଗଢ଼ ଜିଲ୍ଲାରେ ଗୋଟାଏ ବସ୍ ଖାଇରେ ଖସିପଡ଼ିବାରୁ ଅନ୍ୟୂନ ୧୩ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ପୁଣେର ପିମ୍ପଲ୍ ଗୁରବରୁ ଜର୍ଜଗାଓଁ ଯାଉଥିବା ବେଳେ ଭୋର ୪.୩୦ରେ ପୁଣେ-ରାୟଗଢ଼ ସୀମାନ୍ତରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମୟରେ ବସ୍ରେ ୪୧ଜଣ ଯାତ୍ରୀ ଥିଲେ। ଏବେ ଘଟଣାସ୍ଥଳରେ ଉଦ୍ଧାର ଅଭିଯାନ ଚାଲିଛି। ସୂଚନା ଅନୁସାରେ, ଗୌରେଗାଓଁ ଅଞ୍ଚଳର ଏକ ସଂସ୍ଥା ସହିତ ସମ୍ପୃକ୍ତ ଥିବା କିଛି ଲୋକେ ପୁଣେରେ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବସ୍ରେ ଯାଇଥିଲେ। ପୁଣେରୁ ଫେରିବା ବାଟରେ ଉକ୍ତ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। ଖାଇରୁ ବସ୍କୁ ଉଠାଇବା ପାଇଁ କ୍ରେନର ସହାୟତା ନିଆଯାଉଛି।

Launching Ceremony of “AYUSHMAN BHARAT

Comments are closed.