ଖଡ଼ଗେ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଛି

ନୂଆଦିଲ୍ଲୀ : ବିଜେପି ବିରୋଧରେ ସଦ୍ୟ ଆକ୍ରମଣ କରି କଂଗ୍ରେସ ଶନିବାର ଦିନ ଅଭିଯୋଗ କରିଛି ଯେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ତାଙ୍କ ପୂରା ପରିବାରକୁ ହତ୍ୟା କରିବାପାଇଁ ବିଜେପି ଦ୍ବାରା ଷଡ଼ଯନ୍ତ୍ର ହୋଇଛି। କଂଗ୍ରେସର ଏଆଇସିସି କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସିଂହ ସୂର୍ଯେୱାଲା ବେଙ୍ଗାଲୁରୁରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ବିଜେପି ନେତାମାନେ ଖଡ଼ଗେଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି। କାହାର ନାଁ ନନେଇ ସୂର୍ଯେୱାଲା ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଆଜ୍ଞାଧୀନ ଲୋକମାନେ ଖଡ଼ଗେଙ୍କୁ ହତ୍ୟା କରିବାପାଇଁ ଷଡ଼ଯନ୍ତ୍ର କରିଛନ୍ତି। ସୂର୍ଯେୱାଲା କହିଛନ୍ତି, ଖଡ଼ଗେ ଦଳିତ ପରିବାରରେ ଜନ୍ମ ହୋଇଥିବାରୁ ବିଜେପି ଏହାକୁ ଗ୍ରହଣ କରିପାରୁନି। ବିଜେପି ବିଧାୟକ ମଦନ ଦିଲୱର ଖଡ଼ଗେଙ୍କ ମୃତ୍ୟୁ କାମନା କରିଛନ୍ତି। ବିଜେପିର ହତାଶାଭାବ ଏକ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ଉଲ୍ଲେଖଯୋଗ୍ୟ ଯେ ମେ’ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଏବଂ ମେ’ ୧୩ ତାରିଖରେ ଫଳାଫଳ ଆସିବ।

Govt

Comments are closed.