ନୂଆଦିଲ୍ଲୀ : ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନେିରେ ଜଣେ ଯାତ୍ରୀ କ୍ରୁ ସଦସ୍ୟଙ୍କ ସହିତ ଯୁକ୍ତିତର୍କ କରିବାରୁ ବିମାନଟି ପୁଣି ଥରେ ଦିଲ୍ଲୀ ଫେରିଆସିଥିଲା। ମିଳିଥିବା ସୂଚନା ଅନୁଯାୟୀ ସକାଳ ୬ଟା ୩୫ ମିନିଯ୍ରେ ଏୟାର ଇଣ୍ଡିଆ ବମାନ ଦିଲ୍ଲୀରୁ ଉଡାଣ ଆରମ୍ଭ କରିବା ପରେ ଅଭିଯୁକ୍ତ ଯାତ୍ରୀ ଜଣକ ଦୁଇ ଜଣ କ୍ରୁ ସଦସ୍ୟଙ୍କ ସହ ଝଗଡ଼ା କରିବାରୁ ସ୍ଥିତି ଭୟଙ୍କର ରୂପ ନେଇଥିଲା। ଏହି କାରଣରୁ ଲଣ୍ଡନ ଯିବା ବଦଳରେ ବିମାନଟି ପୁଣି ଦିଲ୍ଲୀ ଫେରି ଆସିଥିଲା। ଦିଲ୍ଲୀ ବିମାନବନ୍ଦରରେ ଲ୍ୟାଣ୍ଡ କରିବା ପରେ ଉକ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ସହ ପୁଲିସ୍ରେ ଅଭିଯୋଗ କରାଯାଇଥିଲା ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ସଂପୃକ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯିବା ପରେ ବିମାନଟି ପୁଣି ଲଣ୍ଡନ୍ ଅଭିମୁଖେ ଯାତ୍ରା କରିଛି। କିଛି ମାସ ତଳେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏକ ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ମଦ ନିଶାରେ ଆଉ ଜଣେ ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଇଥିଲେ। ଏହାକୁ ବେଶ କିଛି ଦିନ ଏୟାର ଇଣ୍ଡିଆ ବିବାଦରେ ରହିଥିଲା। ସରକାର ମଧ୍ୟ ଘଟଣାକୁ ଗୁରୁତ୍ୱର ସହ ନେଇ ଯାତ୍ରୀଙ୍କ ଶୃଙ୍ଖଳିତ ବିମାନ ଯାତ୍ରା ପାଇଁ ଗାଇଡଲାଇନ ଜାରି କରିଥିଲେ। ଏହା ସତ୍ତ୍ୱେ ଅନେକ ସମୟରେ ବିଭିନ୍ନ ବିମାନରେ ଯାତ୍ରୀମାନଙ୍କ ଅଭଦ୍ର ବ୍ୟବହାର ସାମ୍ନାକୁ ଆସିବାରେ ଲାଗିଛି।

Comments are closed.