ଆଜିକାଲିର ଲାଇଫ ଷ୍ଟାଇଲ ଆମ ପାଖରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରୁଛି । ଏଭଳି ଅନେକ ସ୍ୱାସ୍ଥ୍ୟ ସମସ୍ୟା ରହୁଛି ଯାହା ଆମର ଖାଦ୍ୟପେୟ ଠିକ ନରହିବାକୁ ହେଉଛି । ସେହିଭଳି ଏକ ସମସ୍ୟା ହେଉଛି କୋଷ୍ଠକାଠିନ୍ୟ, ଯାହା ଅନେକ ଲୋକଙ୍କ ନିକଟରେ ଦେଖିବାକୁ ମିଳିଥାଏ । ଏଥିପାଇଁ ଡାକ୍ତରୀ ଚିକିତ୍ସା ନେବା ସହିତ ନିଜ ଲାଇଫ୍ ଷ୍ଟାଇଲରେ କିଛି ପରିବର୍ତ୍ତନ କରିପାରିଲେ ମଧ୍ୟ ଏଥିରୁ ମୁକ୍ତି ମିଳିବ । ସେଥିରେ ଖାଇବାଶୈଳୀ ସହିତ ଯୋଗର କିଛି ପୋଜ ରହିଛି, ଯାହା ସାହାଯ୍ୟରେ ଏହି ସ୍ୱାସ୍ଥ୍ୟ ସମସ୍ୟାରୁ ଉପଶମ ମିଳିବ । ଏହି ଯୋଗ ତାଲିକାରେ ଭୁଜଙ୍ଗାଶନ, ମାର୍ଜରୀଆସନ, ପଶ୍ଚିମୋତନାସନ, ବାଳାସନ, ବଜ୍ରାସନ ଭଳି ଆସନ ଆପଣଙ୍କୁ କୋଷ୍ଠକାଠିନ୍ୟ ଦୂରକରିବାରେ ସାହାଯ୍ୟ କରିବ । ବିଶେଷଭାବେ ଏହା ମଳତ୍ୟାଗ ସମୟରେ ସହାୟକ ହେବ । ଏହାଦ୍ୱାରା ଆମର ପେଟର ତଳଅଂଶରେ ପ୍ରଭାବ ପଡିଥାଏ ଯାହା କୋଷ୍ଠକାଠିନ୍ୟ ପାଇଁ ଭଲ ହୋଇଥାଏ । ତେଣୁ ଯଦି ଆପଣ କୋଷ୍ଠକାଠିନ୍ୟରେ ପୀଡିତ ତେବେ ଡାକ୍ତରୀ ଚିକିତ୍ସା ସହିତ ଏହି ସମସ୍ତ ଯୋଗର ସାହାଯ୍ୟ ନିଅନ୍ତୁ ।

Comments are closed.