ଭୁବନେଶ୍ୱର : କରୋନା ସଂକ୍ରମଣରେ ସବୁ ବର୍ଗର ନାଗରିକ ପ୍ରଭାବିତ ହୋଇଛନ୍ତି । ବିଭିନ୍ନ ରୋଗୀ ଏବଂ ବୃଦ୍ଧବୃଦ୍ଧାଙ୍କ ଯନିର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଏକ ସଚେତକ ଆପ୍ ଲୋକାର୍ପଣ ହୋଇଛି । ବିଶେଷ କରି ରୋଗୀଙ୍କୁ ଏହି ଆପ୍ ସହାୟକ ହେବ ।
କୋଭିଡ-୧୯ ମହାମାରୀ ସହିତ ଲଢ଼ିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିଃ.ର ମିଳିତ ସହଯୋଗରେ ସଚେତକ ଆପ୍ ନାମକ ଏକ ମୋବାଇଲ୍ ଆପ୍ଲିକେସନ୍ ଲୋକାର୍ପଣ ହୋଇଛି । ଏହି ଆପ୍ କେବଳ ରାଜଧାନୀର ବୟସ୍କ ନାଗରିକ ଓ ପୂର୍ବରୁ ରୋଗଗ୍ରସ୍ତ ଥିବା ବ୍ୟକ୍ତିଙ୍କ ପାଇଁ ବିକଶିତ କରାଯାଇଛି । କରୋନା ସଂକ୍ରମଣ ପୂର୍ବରୁ ରୋଗଗ୍ରସ୍ତ ଥିବା ବ୍ୟକ୍ତି ତଥା ବୃଦ୍ଧମାନଙ୍କର ଯନି ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ବ୍ୟକ୍ତିଙ୍କୁ କରୋନା ସଂକ୍ରମଣର ଅଧିକ ଆଶଙ୍କା ରହିଛି । ଯେଉଁମାନେ ଏହି ଆପ୍ରେ ପଞ୍ଜିକୃତ ହେବାକୁ ଚାହୁଁଛନ୍ତି, ସେମାନେ ପ୍ରଥମେ ଆପ୍ ଡାଉନଲୋଡ୍ କରିବେ । ଏହପରେ ଉପଭୋକ୍ତା ସେମାନଙ୍କ ମୋବାଇଲ୍ ନମ୍ବର ଏବଂ ଏକକାଳୀନ ପାସୱାର୍ଡ (ଓଟିପି) ବ୍ୟବହାର କରି ନାମ ପଞ୍ଜୀକୃତ କରିବେ । ଏହି ଆଫ୍ରେ ପଞ୍ଜିକୃତ ହୋଇଗଲେ ଉପଭୋକ୍ତାମାନେ ସେମାନଙ୍କ ବୟସ, ବେଉସା,ଭୁବନେଶ୍ୱରର କେଉଁ ୱାର୍ଡରେ ଘର, ଠିକଣା, ବିଭିନ୍ନ ରୋଗ ବା ଭୋଗୁଥିବା ରୋଗ, କୌଣସି ପ୍ରକାରର ଅପରେସନ୍ ହୋଇଛିକି, ଯତ୍ନକାରୀ ଏବଂ ଡାକ୍ତରଙ୍କ ବାବଦରେ ସଂପୂର୍ଣ୍ଣ ସୂଚନା ଦେବେ । ଏହି ସମସ୍ତ ତଥ୍ୟ ଦ୍ୱରା ବିପଦ ସଙ୍କୁଳ ଅବସ୍ଥାରେ ଥିବା ବ୍ୟକ୍ତିଙ୍କୁ ବିଏମ୍ସି ଚିହ୍ନଟ କରିବାରେ ସହଜ ହେବ । ଏହାଦ୍ୱାରା ଏକ ସ୍ୱତନ୍ତ୍ର ଜୋନ୍ରେ କୌଣସି ପ୍ରକାରର ହେଲ୍ଥ୍ କ୍ୟାମ୍ପ୍ ଆୟୋଜନ କରିବାରେ ଖୋରାକ ଯୋଗାଇବ । ଫଳରେ ସମ୍ବେଦନଶୀଳ ନାଗରିକଙ୍କ ପାଇଁ ସେବା ଯୋଗାଇବାକୁ ସହଜ ହେବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି ।

Comments are closed.