କୋଇଲା ଟ୍ରେନରେ ମୃତଦେହ

ପାରାଦୀପ : କୋଇଲା ବୋଝେଇ ଟ୍ରେନରୁ ମୃତଦେହ ଠାବ । ଟ୍ରେନଟି ତାଳଚେରରୁ ଖଣି ଅଞ୍ଚଳରୁ କୋଇଲା ନେଇ ପାରାଦୀପ ଆସୁଥିବାବେଳେ ସେଥିରେ ଏକ ମୃତଦେହ ରହିଥିବା କୋଇଲା ଖଲାସ ବେଳେ ଦେଖିବାକୁ ମିଳିଥିଲା । ତାଳଚେରରୁ ଛାଡ଼ିଥିବା ଟ୍ରେନ୍‌ଟି ପାରାଦୀପ ବନ୍ଦର ଅଞ୍ଚଳର ଏକ ଘରୋଇ କମ୍ପାନୀ ପରିସରକୁ ଯାଉଥିବା ବେଳେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (CISF) କର୍ମଚାରୀମାନେ ମୃତଦେହ ଦେଖିଥିଲେ। ମୃତଦେହଟି ତଳକୁ ମୁହଁମାଡି ଥିବାବେଳେ ଏହାର ସଠିକ ପରିଚୟ ମିଳିପାରିନାହିଁ । ଗତକାଲିଠାରୁ ଟ୍ରିପଲରରେ ପଡି ରହିଛି ମୃତଦେହ । ତେବେ ୭ ଦିନ ପୂର୍ବରୁ ମଧ୍ୟ ପାରାଦୀପ ପରକୁ ଆସିଥିବା କୋଇଲା ବୋଝେଇ ଟ୍ରେନରେ ମୃତ ଦେହ ଠାବ ହୋଇଥିଲା ।

Launching Ceremony of “AYUSHMAN BHARAT

Comments are closed.