କିବ୍‌ରେ ରୁଷ୍‌ର କ୍ଷେପଣାସ୍ତ୍ର ମାଡ଼, ୮ ଜଣଙ୍କ ମୃତ୍ୟୁ, ୮୨ ଆହତ

କିବ୍: ୟୁକ୍ରେନ୍‌ ରାଜଧାନୀ କିବ୍‌ ଉପରେ ଗତକାଲି ରାତି ସାରା ରୁଷ୍‌ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ କରିଛି। ରୁଷ୍‌ର କ୍ଷେପଣାସ୍ତ୍ର ମାଡ଼ରେ କିବ୍‌ରେ ଜଣେ ୬ ବର୍ଷର ଶିଶୁ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୮୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ୫ ମାସର ଶିଶୁ ସମେତ ୧୦ ଜଣ ଶିଶୁ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରୁଷ୍‌ର କ୍ଷେପଣାସ୍ତ୍ର ମାଡ଼ରେ ଏକ ୯ ମହଲା କୋଠାର ବଡ଼ ଅଂଶ ଭୁଶୁଡ଼ି ପଡ଼ିବା ଫଳରେ ଏତେବଡ଼ ବିପତ୍ତି ଆସିଛି। ରୁଷ୍‌ ଗୋଟିଏ ରାତିରେ ୩୦୯ ଡ୍ରୋନ୍‌ ମାଡ଼ କରିଛି ଏବଂ ୮ଟି କ୍ରୁଜ୍‌ ମିସାଇଲ୍‌ ମାଡ଼ କରିଥିବା ୟୁକ୍ରେନ୍‌ ବାୟୁସେନା କହିଛି। କିନ୍ତୁ ୟୁ‌କ୍ରେନ ବାୟୁସେନା ୨୮୮ଟି ଡ୍ରୋନ୍‌ ଏବଂ ୩ଟି କ୍ଷେପଣାସ୍ତ୍ରକୁ ଜାମ୍‌ କରିଦେଇଥିବା ଏହା କହିଛି। କେବଳ ୫ଟି କ୍ଷେପଣାସ୍ତ୍ର ଏବଂ ୨୧ଟି ଡ୍ରୋନ୍‌ ଲକ୍ଷ୍ୟସ୍ଥଳରେ ପଡ଼ିଥିଲା। ଅନ୍ୟପକ୍ଷେ ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ଏହା ୩୨ଟି ‌ୟୁକ୍ରେନ ଡ୍ରୋନ୍‌ ଖସାଇ ଦେଇଛି।

Launching Ceremony of “AYUSHMAN BHARAT

Comments are closed.