କାର୍ତ୍ତିକ ଆରିୟନ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସୂଚନା ଅନୁସାରେ ଆସନ୍ତା ୧୫ ଅଗଷ୍ଟରେ ହ୍ୟୁଷ୍ଟନରେ ଆଜାଦିର ମହୋତ୍ସବ ପାଳନ କରାଯିବ, ଯେଉଁଥିରେ କାର୍ତ୍ତିକ ଆରିୟନ ଭାଗ ନେବେ । ହେଲେ ଏହି ଉତ୍ସବକୁ ଏକ ପାକିସ୍ତାନୀ କମ୍ପାନୀ ଆୟୋଜନ କରୁଥିବା ଜଣା ପଡିଛି । ଏନେଇ ଘୋଷଣା ହେବା ପରେ କାର୍ତ୍ତିକଙ୍କୁ ସୋସିଆଲ ମିଡିଆରେ ଟ୍ରୋଲିଂର ଶିକାର ହେବାକୁ ପଡୁଛି । ଏପରିକି ଏହା ଉପରେ ଫିଲ୍ମ ଫେଡେରସନ ମଧ୍ୟ ନିଜର ଆପତ୍ତି ଉଠାଇଛି । ଅର୍ଗାନାଇଜେସନ ଏହାକୁ ବିରୋଧ କରୁଥିବା ଦେଖିବାକୁ ମିଳୁଛି । ଏହି ଉତ୍ସବକୁ ଭାରତ ଓ ପାକିସ୍ତାନ ଉଭୟଙ୍କର ସ୍ୱାଧିନତାକୁ ପାଳନ କରିବା ଉଦ୍ଦେଶ୍ୟରେ ଆୟୋଜନ କରାଯାଇଛି । ସେହିଭଳି କାର୍ତ୍ତିକଙ୍କର ଏଭଳି ଷ୍ଟେପ ପୁରା ଦେଶକୁ ବ୍ୟଥିତ କରିଛି ବୋଲି ଫେଡେରସନ୍ ପକ୍ଷରୁ କୁହାଯାଇଛି । ଅନେକ ଯୁବପିଢି ଯିଏ କାର୍ତ୍ତିକଙ୍କୁ ନିଜ ଜୀବନର ପ୍ରେରଣା ବୋଲି ମାନୁଥିଲେ ସେମାନଙ୍କ ପାଇଁ ଏହା ନିରାଶ ଜନକ ବୋଲି ଏହା ପକ୍ଷରୁ କୁହାଯାଇଛି ।