କଲେଜ କୋଠାରୁ ଡେଇଁ ଟ୍ରେନି ଡାକ୍ତର ଛାତ୍ରୀଙ୍କ ଆତ୍ମହତ୍ୟା

ଚେନ୍ନାଇ: ତାମିଲନାଡ଼ୁର ଏକ ଘରୋଇ ମେଡିକାଲ କଲେଜରେ ଅଧ୍ୟୟନ କରୁଥିବା‌ ଜଣେ ଟ୍ରେନି ଡାକ୍ତର କଲେଜ କୋଠାରୁ ଡେଇଁ ଆତ୍ମହତ୍ୟା କରିଦେଇଛନ୍ତି। କାଞ୍ଚିପୁରମ ଜିଲ୍ଲାର ଏକ ଘରୋଇ ହସ୍ପିଟାଲ ମୀନାକ୍ଷୀ ମେଡିକାଲ କଲେଜରେ ଏହି ଦୁର୍ଘଟଣା ହୋଇଛି। ମୃତ ଛାତ୍ରୀ ଜଣକ ହେଉଛନ୍ତି ୨୩ ବର୍ଷୀୟା ଡାକ୍ତର ଛାତ୍ରୀ ଶେରଲିନ ତିରୁନେଲଭେଲିର। ସେ ଜଣେ ପଞ୍ଚମ ବର୍ଷର ଛାତ୍ରୀ ଏବଂ ଅନୁଷ୍ଠାନର ଟ୍ରେନି ଡାକ୍ତର। ରବିବାର ରାତି‌ରେ ସେ ପଞ୍ଚମ ମହଲା ଝରକା ଉପରେ ବସିଥିଲେ। ତେବେ ତାଙ୍କ ପାଖରେ କେହି ପହଞ୍ଚିବା ପୂର୍ବରୁ କିମ୍ବା କଥା ହେବା ପୂର୍ବରୁ ସେ ଡେଇଁ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ୍‌ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଶେରଲିନ ବ୍ୟକ୍ତିଗତ କାରଣ ପାଇଁ ବିଷାଦରେ ପୀଡ଼ିତ ଥିଲେ। ସ୍ଥାନୀୟ ପୁଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ମରଶରୀର ବ୍ୟବଚ୍ଛେଦ କରାଯାଇଛି।

Govt

Comments are closed.