କର୍ନେଲ ଭାବେ ପଦୋନ୍ନତି ପାଇଲେ ପ୍ରସାଦ ପୁରୋହିତ

ମୁମ୍ବାଇ: ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରୁ ନିକଟରେ ଦୋଷମୁକ୍ତ ହୋଇଥିବା ଲେଫ୍ଟନାଣ୍ଟ କର୍ନେଲ ପ୍ରସାଦ ପୁରୋହିତ କର୍ନେଲ ରୢାଙ୍କକୁ ପଦୋନ୍ନତି ପାଇଛନ୍ତି। ପ୍ରସାଦଙ୍କ ପତ୍ନୀ ଅପର୍ଣ୍ଣା ପୁରୋହିତ ତାଙ୍କର ପଦୋନ୍ନତି ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ପୁରୋହିତ ଏବଂ ଅନ୍ୟ ୬ଜଣଙ୍କୁ ସମସ୍ତ ମାମଲାରୁ ଦୋଷମୁକ୍ତ କରିବାର କିଛି ସପ୍ତାହ ପରେ ପୁରୋହିତଙ୍କୁ ପଦୋନ୍ନତି ଦିଆଯାଇଛି। ୨୦୦୮ରେ ଗିରଫ ହୋଇଥିବା ପୁରୋହିତ ୯ ବର୍ଷ ଜେଲ୍‌ରେ ରହିବାପରେ ଜାମିନ ପାଇଥିଲେ। ମାମଲାରୁ ଦୋଷମୁକ୍ତ ହେବାପରେ ପୁରୋହିତ କୋର୍ଟଙ୍କୁ କହିଥିଲେ ଯେ ‘ମୁଁ ଜଣେ ସୈନିକ ଯିଏ କି ଏହି ରାଷ୍ଟ୍ରକୁ ନିଃସର୍ତ୍ତ ଭାବେ ଭଲପାଏ। କିଛି ଲୋକ ଆମ କ୍ଷମତାର ଅପବ୍ୟବହାର କରିଛନ୍ତି। ଆମକୁ ଏହା ସହ୍ୟ କରିବାକୁ ପଡ଼ିବ ବୋଲି ସେ କହିଥିଲେ।

Launching Ceremony of “AYUSHMAN BHARAT

Comments are closed.