କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପି ଜାରି କଲା ଇସ୍ତାହାର
ୟୁସିସି କାର୍ଯ୍ୟକାରୀ କରିବାପାଇଁ ପ୍ରତିଶ୍ରୁତି, ବିପିଏଲ୍ ପରିବାରକୁ ପ୍ରତିଦିନ ଅଧ ଲିଟର ନନ୍ଦିନୀ କ୍ଷୀର ମିଳିବ
ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ଏହାର ନିର୍ବାଚନ ଇସ୍ତାହାର ଜାରି କରିଛି। ବିଜେପି ସଭାପତି ଜେପି ନଡ୍ଡା ଆଜି କର୍ଣ୍ଣାଟକରେ ବିଜେପିର ନିର୍ବାଚନ ଇସ୍ତାହାର ଜାରି କରିଛନ୍ତି। ଏହି ଅବସରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଉପସ୍ଥିତ ଥିଲେ। ବିଜେପି କ୍ଷମତାକୁ ଆସିଲେ ରାଜ୍ୟରେ ସମାନ ନାଗରିକ ସଂହିତା କାର୍ଯ୍ୟକାରୀ ହେବ ବୋଲି ପ୍ରତିଶ୍ରୁତି ଦେଇଛି। ବିପିଏଲ୍ ପରିବାରକୁ ବାର୍ଷିକ ୩ଟି ମାଗଣା ଗ୍ୟାସ ସିଲିଣ୍ଡର ମିଳିବ। ବିଜେପି ପୋଷଣ ଯୋଜନା ଆରମ୍ଭ କରିବାପାଇଁ ଘୋଷଣା କରିଛି। ଏହି ପୋଷଣ ଯୋଜନା ଅଧୀନରେ ପ୍ରତି ବିପିଏଲ୍ ପରିବାରକୁ ପ୍ରତିଦିନ ଅଧ ଲିଟର ନନ୍ଦିନୀ କ୍ଷୀର ମିଳିବ। ସେହିପରି ମାସିକ ରାସନ କିଟ୍ରେ ୫ କିଲୋ ଚାଉଳ ମିଳିବ। ସେହିପରି ଗରିବ ଏବଂ ଦଳିତ ମହିଳାଙ୍କ ପାଇଁ ମଧ୍ୟ ବିଜେପି କିଛି ଯୋଜନା ଘୋଷଣା କରିଛି। ଉଲ୍ଲେଖଯୋଗ୍ୟ ଯେ ମେ’ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାୀଚନ ଏବଂ ମେ’ ୧୩ ତାରିଖରେ ଫଳାଫଳ ଆସିବ।

Comments are closed.