କର୍ଣ୍ଣାଟକରେ ୮ ବର୍ଷୀୟା ନାବଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ୩ ଜଣଙ୍କୁ ମୃତ୍ୟୁଦଣ୍ଡ

ମାଙ୍ଗାଲୁରୁ: ୨୦୨୧ରେ ଦକ୍ଷିଣ କନ୍ନଡ଼ ଜିଲ୍ଲାର ମାଙ୍ଗାଲୁରୁ ତାଲୁକ ଅଧୀନସ୍ଥ ଏକ ଫ୍ୟାକ୍ଟ୍ରିରେ ଜଣେ ୮ ବର୍ଷୀୟା ନାବାଳିକା ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପୋକ୍ସୋ କୋର୍ଟ ୩ ଦୋଷୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ସେମାନେ ହେଉଛନ୍ତି ମଧ୍ୟପ୍ରଦେଶ ପାନ୍ନା ଜିଲ୍ଲାର ଜୟବନ ଆଦିବାସୀ (୨୪), ମୁକେଶ ସିଂହ (୨୩) ଏବଂ ଝାଡ଼ଖଣ୍ଡ ରାଞ୍ଚିର ମନୀଶ ତିର୍କି (୩୬)। ମାମଲାରେ ଚତୁର୍ଥ ଅଭିଯୁକ୍ତର ନାଁ ମୁନିମ ସିଂହ। ତା’ ଘର ମଧ୍ୟପ୍ରଦେଶରେ। ସେ ଜାମିନରେ ବାହାରକୁ ଆସିଥିବା ବେଳେ ଏବେ ଫେରାର୍‌ ଅଛି। ତେବେ ପ୍ରଥମ ଥର ପାଇଁ ଜିଲ୍ଲା ପୋକ୍ସ କୋର୍ଟର ବିଚାରପତି ମନୁ କେଏସ୍‌ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟ ଏହି ମାମଲାରେ ଅକ୍ଟୋବର ୨୯ ତାରିଖରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ନ‌ଭେମ୍ବର ୪ ତାରିଖରେ କୋର୍ଟ ଅଭିଯୁକ୍ତଙ୍କୁ ଦଣ୍ଡା‌ଦେଶ କରିବାନେଇ ପକ୍ଷ ଶୁଣିଥିଲେ। ନଭେମ୍ବର ୭ ତାରିଖରେ କୋର୍ଟ ଏହି ମାମଲାରେ ଚୂଡ଼ାନ୍ତ ରାୟ ଦେଇଛନ୍ତି। କୋର୍ଟ ୩ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେବା ସହ ସେମାନେ ମିଳିତ ଭାବେ ୧.୨ ଲକ୍ଷ ଟଙ୍କା ପୀଡ଼ିତାଙ୍କ ବାପାଙ୍କୁ ଦେବାପାଇଁ କହିଛନ୍ତି। ଏଥିସହ ପୀଡ଼ିତା କ୍ଷତିପୂରଣ ଯୋଜନାରେ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ୩.୮ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାପାଇଁ ଜିଲ୍ଲା ନ୍ୟାୟିକ ସେବା କର୍ତ୍ତୃପକ୍ଷଙ୍କୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।

Govt

Comments are closed.